Posted inଫୁରସତ

ଏବେଠୁ

ଭଲ ହୋଟେଲରେ ଖାଇବା, ବ୍ରାଣ୍ଡେଡ୍‌ ପୋଷାକ ପିନ୍ଧିବା, ଦାମୀ ଫୋନ୍‌ ଓ ଗାଡ଼ି ବ୍ୟବହାର କରିବା ଏବଂ ବିଳାସପୂର୍ଣ୍ଣ ଘରେ ରହିବା ସ୍ବପ୍ନ; ଯାହାକୁ ପୂରଣ କରିବା ନିଶାରେ ଅନେକେ ନିଜର ସମସ୍ତ ଆୟକୁ ବ୍ୟୟ କରିଦିଅନ୍ତି। ତେବେ ବର୍ତ୍ତମାନକୁ ସୁଖ ସମୃଦ୍ଧିରେ ଭରି ଦେଇ ଭବିଷ୍ୟତକୁ ଅଣଦେଖା କରିବା ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ। ତେଣୁ ଭବିଷ୍ୟତ ପାଇଁ ସଞ୍ଚୟ ଆରମ୍ଭ କରିବାର ପ୍ରକୃଷ୍ଟ ସମୟ ହେଉଛି ଯୁବାବସ୍ଥା…

ବର୍ତ୍ତମାନର ଖୁସି ପାଇଁ ଅନେକେ ଭବିଷ୍ୟତକୁ ଅଣଦେଖା କରିବସନ୍ତି, ଯେଉଁଥିପାଇଁ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ଭବିଷ୍ୟତରେ ଏକ ସୁଖ ସମୃଦ୍ଧିଶାଳୀ ଜୀବନ ସେହିମାନେ ଜିଇ ପାରନ୍ତି, ଯେଉଁମାନେ ଯୁବାବସ୍ଥାରୁ ହିଁ ସଞ୍ଚୟ କରିବା ଆରମ୍ଭ କରନ୍ତି…

ମାନସିକସ୍ତରରେ ପ୍ରସ୍ତୁତ ହୁଅନ୍ତୁ: ସଞ୍ଚୟ କରିବା ଏକ କଳା, ଯାହାକି ସମସ୍ତଙ୍କ ପାଖରେ ନ ଥାଏ। ହେଲେ ଯଦି ଜଣେ ସଞ୍ଚୟ କରିବାର ସମସ୍ତ ଭଲ ଦିଗ ବିଷୟରେ ଅବଗତ ହେବ ଏବଂ ସଞ୍ଚୟ କରିବା ପାଇଁ ମାନସିକସ୍ତରରେ ନିଜକୁ ପ୍ରସ୍ତୁତ କରିବ, ତେବେ ନିଶ୍ଚୟ ଏହାଦ୍ୱାରା ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରିବ ସେଥିରେ ସନ୍ଦେହ ନାହିଁ। ତେଣୁ ବର୍ତ୍ତମାନକୁ ସୁଖ ସମୃଦ୍ଧିରେ ଭରି ଦେବା ଆଳରେ ସମସ୍ତ ଅର୍ଥ ବ୍ୟୟ ନ କରି ଭବିଷ୍ୟତ ପାଇଁ ଯୁବାବସ୍ଥାରୁ ହିଁ ସଞ୍ଚୟ ମନୋବୃତ୍ତି ରଖନ୍ତୁ।
ନିର୍ଦ୍ଧାରିତ କରନ୍ତୁ ଲକ୍ଷ୍ୟ: ଅନେକେ ସଞ୍ଚୟ ଆରମ୍ଭ କରି ମାତ୍ର କିଛି ମାସ ମଧ୍ୟରେ ଏହାକୁ ବନ୍ଦ କରି ଦେଉଥିବା ବି ଦେଖିବାକୁ ମିଳେ। ହେଲେ ଏହାଦ୍ୱାରା ସଞ୍ଚୟର କୌଣସି ଲାଭ ହୋଇ ନ ଥାଏ। ତେଣୁ ମନ ଭିତରେ ଏକ ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ। ଯେପରି ଏକ ଗାଡ଼ି, ଘର କିଣିବା କିମ୍ବା ଟ୍ରାଭେଲ୍‌ ପ୍ଲାନ୍‌ କରିବା ଭଳି ବିଭିନ୍ନ କାର୍ଯ୍ୟ ପାଇଁ ପ୍ଲାନିଂ କଲେ ସେଭିଂ ନିଶ୍ଚୟ କରିପାରିବେ। ପ୍ରତିମାସରେ ମିଳୁଥିବା ଦରମା ଟଙ୍କାରେ ନିଜ ଖର୍ଚ୍ଚକୁ ଆବଶ୍ୟକତା ଅନୁଯାୟୀ ସୀମିତ ରଖି ସଞ୍ଚୟ ଆରମ୍ଭ କରିପାରିବେ।

ମନି ମ୍ୟାନେଜ୍‌ମେଣ୍ଟ ଶିଖନ୍ତୁ: ପିଲାବେଳୁ ଅଭିଭାବକଙ୍କଠାରୁ ମିଳୁଥିବା ପକେଟ ମନିରୁ ବି କିଛିକିଛି ସଞ୍ଚୟ କରିହେବ ଏବଂ ଯାହାକି ଛୋଟ ଆବଶ୍ୟକତା ସମୟରେ କାମରେ ଲଗାଇହେବ। ତେବେ ଭବିଷ୍ୟତକୁ ସୁଦୃଢ଼ କରିବା ଲାଗି ନିଜେ ରୋଜଗାରକ୍ଷମ ହେବା ପରେ ଅର୍ଥାତ୍‌ ଯୁବାବସ୍ଥାରୁ ହିଁ ସଞ୍ଚୟ କରିବା ଆବଶ୍ୟକ। ଆୟ ଅନୁଯାୟୀ କେତେ ବ୍ୟୟ ହେଉଛି ତାହାକୁ ନଜରରେ ରଖି ସଞ୍ଚୟ କରନ୍ତୁ। ଯଦି ଅଧିକ ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ହେଲେ ପାଖରେ ଅର୍ଥ କମ୍‌ ଅଛି, ତେବେ କେଉଁ ଖର୍ଚ୍ଚ ଉପରେ ଲଗାମ ଲଗାଇଲେ ଏହା ମ୍ୟାନେଜ୍‌ ହୋଇପାରିବ, ଅଧିକ ଆୟ କରିବାକୁ ହେଲେ ଅନ୍ୟ କେଉଁ ପନ୍ଥା ଅବଲମ୍ବନ କରିପାରିବେ ଆଦି ବିଷୟରେ ଯୋଜନା କରନ୍ତୁ।

ଦୂର କରନ୍ତୁ ଭ୍ରାନ୍ତ ଧାରଣା: ଅନେକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି, ଯୁବାବସ୍ଥାରେ ମଜାମସ୍ତିରେ ରହିବା ସହ ଟଙ୍କା ଖର୍ଚ୍ଚ କରିବା ଠିକ୍‌ ଏବଂ ଏବେଠୁ ସଞ୍ଚୟ କରିବା ଦ୍ବାରା ନିଜ ଇଚ୍ଛା ଏବଂ ଆବଶ୍ୟକତା ଅପୂରଣୀୟ ରହିଯାଏ। ହେଲେ ଏପରି ଭାବି ସମସ୍ତ ଆୟ ସାରିଦେବା ଠିକ୍‌ ନୁହେଁ। କାରଣ ଭବିଷ୍ୟତକୁ ସୁଦୃଢ଼ କରିବାକୁ ହେଲେ ବର୍ତ୍ତମାନଠୁ ସଞ୍ଚୟ କରିବା ବୁଦ୍ଧିମତ୍ତାର କାର୍ଯ୍ୟ। ଅନ୍ୟପକ୍ଷରେ ଏବେଠୁ ସଞ୍ଚୟ କଲେ ଭବିଷ୍ୟତ ସୁଦୃଢ଼ ହୋଇପାରିବ ବୋଲି ପ୍ରଥମେ ସଞ୍ଚୟ କରିବା ପରେ ବଳକା ଟଙ୍କାକୁ ନେଇ ଅଭାବରେ ଚଳି ବର୍ତ୍ତମାନକୁ ସଙ୍କୁଚିତ କରିଦେବା ବି ଠିକ୍‌ ନୁହେଁ। ତେଣୁ ନିଜ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ ବାଦ୍‌ କେତେ ଟଙ୍କା ସଞ୍ଚୟ କରିପାରିବେ ସ୍ଥିର କରନ୍ତୁ।

କିପରି କରିବେ ସଞ୍ଚୟ: ସଞ୍ଚୟ କରିବାର ଅର୍ଥ ନୁହେଁ କେବଳ ବଳକା ଟଙ୍କା ପାଖରେ ସାଇତି ରଖିବା କିମ୍ବା କୁମ୍ପିରେ ଜମାଇ ରଖିବା। ସଞ୍ଚୟର ଭରପୂର ଲାଭ ଉଠାଇବା ଲାଗି ଆପଣ ବ୍ୟାଙ୍କ, ପୋଷ୍ଟ ଅଫିସ କିମ୍ବା ମ୍ୟୁଚୁଆଲ୍‌ ଫଣ୍ଡଗୁଡ଼ିକରେ ଥିବା ବିଭିନ୍ନ ସେଭିଂ ପ୍ଲାନ୍‌ ଆପଣାଇ ପାରିବେ…ମାସରେ ସମପରିମାଣର ଟଙ୍କା ସଞ୍ଚୟ କରିପାରୁଥିଲେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍‌ରେ ଏକ ଆର୍‌ଡ ି(ରିକରିଂ ଡିପୋଜିଟ୍‌) ଆକାଉଣ୍ଟ ଖୋଲି ଅଧିକ ଲାଭବାନ୍‌ ହୋଇପାରିବେ।
କିଛି ମାସର ଟଙ୍କା ଏକାଠି ରଖି ବ୍ୟାଙ୍କ୍‌ରେ ଏଫ୍‌ଡି (ଫିକ୍ସଡ୍‌ ଡିପୋଜିଟ୍‌) ବି କରିପାରିବେ।
ପାଇଁ ଚାକିରି କରିବାର ପ୍ରାରମ୍ଭିକ ସମୟରୁ ହିଁ ପେନ୍‌ସନ୍‌ ପ୍ଲାନ୍‌ କରିନେଲେ ଭଲ। ଏଥିରେ ଆପଣଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଟଙ୍କା ଜମା ରଖିବାକୁ ହେବ। ଯେତେଶୀଘ୍ର ଏହି ପ୍ଲାନ୍‌ କରିବେ, ସେତେ ଅଧିକ ବର୍ଷ ଟଙ୍କା ଜମା କରି ଅଧିକ ଲାଭବାନ୍‌ ହୋଇପାରିବେ। ଏଥିରେ ଆପଣ ନିଜ ସୁବିଧା ଅନୁସାରେ ପ୍ରତିମାସରେ କିମ୍ବା ବର୍ଷକୁ ଥରେ ଟଙ୍କା ଜମା କରିପାରିବେ। ତେବେ ବାର୍ଷିକ ଏକକାଳୀନ ଅଧିକ ଟଙ୍କା ଜମା କରିବା ପରିବର୍ତ୍ତେ ପ୍ରତିମାସରେ ଅଳ୍ପ ଅଳ୍ପ ଜମା କରିବା ସହଜ ହେବ। ଟ୍ୟାକ୍ସ ବେନିଫିଟ୍‌ ପାଇବା ପାଇଁ ଚାହୁଁଥିଲେ ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ନ୍ୟାଶନାଲ ପେନ୍‌ସନ୍‌ ସିଷ୍ଟମ ଯୋଜନା ବା ଏନ୍‌ପିଏସ୍‌ ସ୍କିମ୍‌ରେ ଟଙ୍କା ଜମା କରିପାରିବେ।
ଚାହିଁଲେ ଯେକୌଣସି ନ୍ୟାଶନାଲାଇଜ୍‌ଡ ବ୍ୟାଙ୍କ, ଅଥରାଇଜ୍‌ଡ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଏବଂ ନିର୍ଦ୍ଦିଷ୍ଟ କେତୋଟି ପ୍ରାଇଭେଟ ବ୍ୟାଙ୍କରେ ପିପିଏଫ୍‌ (ପବ୍ଲିକ୍‌ ପ୍ରୋବିଡେଣ୍ଟ ଫଣ୍ଡ) ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ଏଥିରେ ବର୍ଷକୁ ୫୦୦ରୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନ୍‌ଭେଷ୍ଟ କରିପାରିବେ।
ଫଣ୍ଡ, ଡାଇରେକ୍ଟ ଇକ୍ୱିଟି ଆଦିରେ ବି ଇନ୍‌ଭେଷ୍ଟ କରି ଭଲ ସେଭିଂ କରିପାରିବେ।
ଇନ୍‌ଭେଷ୍ଟମେଣ୍ଟର ଏକ ଭଲ ବିକଳ୍ପ ହେଉଛି ଗୋଲ୍ଡ ଇନ୍‌ଭେଷ୍ଟମେଣ୍ଟ ସ୍କିମ୍‌, ଯାହାକି ଆପଣଙ୍କୁ ଭବିଷ୍ୟତରେ ଲାଭବାନ୍‌।
ଅନେକେ ସେଭିଂରୁ ଅଧିକ ଲାଭ ପାଇବା ଆଶାରେ ଶେୟାର ମାର୍କେଟ, ରିୟଲ ଇଷ୍ଟେଟ, ମ୍ୟୁଚୁଆଲ ଫଣ୍ଡ ଭଳି ସଂସ୍ଥାରେ ଟଙ୍କା ନିବେଶ କରିଥା’ନ୍ତି ଏବଂ ବେଳେବେଳେ ଠକାମିର ଶିକାର ମଧ୍ୟ ହୋଇଥା’ନ୍ତି। ତେଣୁ ଏଥିରେ ନିବେଶ କରିବାକୁ ଚାହୁଁଥିଲେ ଏକ୍ସପର୍ଟ ବା କନ୍‌ସଲ୍‌ଟାଣ୍ଟଙ୍କ ପରାମର୍ଶ ନିଅନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri