Categories: ବାଣିଜ୍ୟ

ଅକ୍ଟୋବର ୭ରୁ ଆକାଶ ବାଇଜୁସ୍‌ର ଆନ୍ଥେ

ଭୁବନେଶ୍ୱର,୨୭।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ଘରୋଇ କୋଚିଂ ସେଣ୍ଟର ଆକାଶ ବାଇଜୁସ୍‌ର ବହୁ ପ୍ରତୀକ୍ଷିତ ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଟ ଏକ୍‌ଜାମ’ ବା ଆନ୍ଥେ-୨୦୨୩ ର ଚତୁର୍ଦ୍ଦଶ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ବାର୍ଷିକ ବୃତ୍ତି ପରୀକ୍ଷା ୭ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସାମର୍ଥ୍ୟ ପ୍ରତିପାଦନ କରିବା ଏବଂ ୧୦୦% ପର୍ଯ୍ୟନ୍ତ ବୃତ୍ତି ତଥା ଉଲ୍ଲେଖନୀୟ ନଗଦ ଅର୍ଥ ପୁରସ୍କାର ଲାଭ କରିବାକୁ ସୁଯୋଗ ପ୍ରଦାନ କରୁଛି।

ସେହିପରି ଚଳିତ ବର୍ଷ ବିଭିନ୍ନ ଶ୍ରେଣୀରୁ ୧୦୦ ସଫଳ ଛାତ୍ରୀଛାତ୍ରଙ୍କୁ ରାଷ୍ଟ୍ରୀୟସ୍ତରର ଏକ ବିଜ୍ଞାନ ଅଭିଯାନ ନିମନ୍ତେ ୫ ଦିବସୀୟ ସମ୍ପୂର୍ଣ୍ଣ ଦେୟମୁକ୍ତ ଗସ୍ତ ଜିତିବାର ସୁଯୋଗ ପାଇବେ।
ଏ ସମ୍ପର୍କରେ ଆକାଶ ଏଡୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ର ସିଇଓ ଅଭିଷେକ ମାହେଶ୍ୱରୀ କହିଛନ୍ତି, ଆନ୍ଥେ ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ସ୍ବପ୍ନ ଏବଂ ସେମାନଙ୍କ ସାମର୍ଥ୍ୟ ମଧ୍ୟରେ ରହୁଥିବା ଶୂନ୍ୟସ୍ଥାନକୁ ଦୂର କରିଛି। ଆନ୍ଥେ-୨୦୨୩ ରେ ଆମେ ଦୃଢ଼ ଅଂଶଗ୍ରହଣ ଆଶା କରୁଛୁ ଏବଂ ଛାତ୍ରୀଛାତ୍ରଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ନିକଟତର କରାଇବା ନିମନ୍ତେ ସେମାନଙ୍କୁ ଉତ୍‌ପ୍ରେରିତ କରିବା ଲକ୍ଷ୍ୟରେ ଆମେ ଅବିଚଳିତ ରହିଛୁ।

ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୭ରୁ ୧୫ ପର୍ଯ୍ୟନ୍ତ ଆନ୍ଥେ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ପଦ୍ଧତିରେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ। ଏପରିକି ଆନ୍ଥେ ଅନ୍‌ଲାଇନ ସମସ୍ତ ପରୀକ୍ଷା ଦିବସରେ ପୂର୍ବାହ୍ନ ୧୦ଟାରୁ ରାତି ୯ଟା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅଫ୍‌ଲାଇନ ପରୀକ୍ଷାଗୁଡ଼ିକ ୨୦୨୩ ଅକ୍ଟୋବର ୮ ଓ ୧୫ ତାରିଖରେ ୨ଟି ଶିଫ୍ଟରେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଏବଂ ଅପରାହ୍ଣ ୪ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଥିବା ଆକାଶ ବାଇଜୁସ୍‌ର ସମସ୍ତ ୩୧୫ରୁ ଊର୍ଦ୍ଧ୍ୱ କେନ୍ଦ୍ରରେ ଅନୁଷ୍ଠିତ ହେବ।

Share