୧୨ ଜେଲରୁ ମୁକ୍ତ ହେବେ ୧୬ କଏଦୀ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ସଜା ଅବଧି ପୂର୍ବରୁ ରାଜ୍ୟର ୧୧ ଜେଲ ସମେତ ବିଶାଖାପାଟଣା ଜେଲରୁ ମୁକ୍ତ ହେବେ ୧୬ କଏଦୀ। ଜେଲରେ ଆଜୀବନ ସଜା କାଟୁଥିବାବେଳେ ବ୍ୟବହାରରେ ପରିବର୍ତ୍ତନ, ଉତ୍ତମ କାର୍ଯ୍ୟ ଓ ନୀତିନିୟମକୁ ସମ୍ମାନ ଦେଉଥିବାରୁ ଏମାନଙ୍କୁ ମୁକ୍ତ କରିବାକୁ ଚୟନ କରାଯାଇଛି। ଏହି ତାଲିକାରେ ଚୌଦ୍ୱାର, ବାଣପୁର, ସମ୍ବଲପୁର, ପୁରୀ, କୋରାପୁଟ, ବଲାଙ୍ଗୀର, କୋଟପାଡ, ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ଭୁବନେଶ୍ୱର, ଢେଙ୍କାନାଳ ଜେଲରୁ ଜଣେ ଲେଖାଏ କଏଦୀ ରହିଥିବାବେଳେ ବାରିପଦା ଓ ବାଲେଶ୍ୱର ଜେଲରୁ ୨ ଜଣ ଲେଖାଏ ଏବଂ ବିଶାଖାପାଟଣାର ଭାଇଜାଗ ଜେଲରୁ ୩ଜଣ ଅଛନ୍ତି। ଏହି ୩ଜଣ ପ୍ରଥମେ ପାରଳାଖେମୁଣ୍ଡି ଜେଲରେ ସଜା କାଟୁଥିଲେ। ଅଭିଯୁକ୍ତଙ୍କ ଘର ବିଶାଖାପାଟଣା ହୋଇଥିବାରୁ ସେମାନଙ୍କୁ ପରବର୍ତ୍ତୀ ସମୟରେ ଭାଇଜାଗ ଜେଲକୁ ସ୍ଥାନାନ୍ତର ହୋଇଥିଲେ।

Share