ଭୁବନେଶ୍ୱର,୨୭।୬(ବ୍ୟୁରୋ): ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ୪ ଦିନ ବିତିଥିଲା ବେଳେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣାରେ ପୋଲିସ ତାଙ୍କ ପରିବାର, ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛି। ରାଉମୋହନଙ୍କ ବ୍ୟବହାର କେମିତି ଥିଲା, ସେ ମାନସିକ ଚାପରେ ଥିଲେ କି ନାହିଁ, ସେନେଇ ତଦନ୍ତ ଚାଲିଛି । କିଛି ସମସ୍ୟା ନେଇ କେବେ କାହା ସହ ଆଲୋଚନା କରିଥିଲେ କି ବୋଲି ମଧ୍ୟ ପଚରାଯାଇଛି।
ତେବେ ରାଇମୋହନଙ୍କ ମୋବାଇଲ ଫୋନ ପୋଲିସ ଜବତ କରିଛି । ମୋବାଇଲ ଫୋନରୁ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।