Categories: ଖେଳ

ବନ୍ଧୁକ ଚଲାଇବା ସହିତ କାନ୍ଧରେ ଜଣେ ଅନ୍ୟକୁ କାନ୍ଧରେ ବୋହୁଛନ୍ତି ପାକିସ୍ତାନୀ କ୍ରିକେଟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୬।୪: ଟି -୨୦ ବିଶ୍ୱକପ ପୂର୍ବରୁ ଜୋରଦାର ପ୍ରସ୍ତୁତି ଚଲାଇଛି ପାକିସ୍ତାନ। ତେବେ ସେନା କ୍ୟାମ୍ପରେ ପାକିସ୍ତାନ କ୍ରିକେଟ୍ ଟିମର ତାଲିମ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବାବର ଆଜାମ ଏବଂ ତାଙ୍କ ଦଳ ଶୃଙ୍ଖଳା ହାସଲ କରିବା ଏବଂ ସେମାନଙ୍କ ଫିଟନେସରେ ଉନ୍ନତି ଆଣିବା ପାଇଁ ସାମରିକ ତାଲିମ ନେବେ ବୋଲି କିଛି ସପ୍ତାହ ପୂର୍ବରୁ ଘୋଷଣା କରାଯାଇଥିଲା।

କିନ୍ତୁ, ସେନା ସହ ତାଲିମ ସମୟରେ ପାକିସ୍ତାନ ଟିମ୍ ଯେଉଁ ପ୍ରକାରର ଡ୍ରିଲ କରିଛି, ସୋସିଆଲ ମିଡିଆରେ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି। ସ୍ନାଇପର ଶୁଟିଂ ଠାରୁ ଆରମ୍ଭ କରି ପାହାଡ ଉପରକୁ ପଥର ଉଠାଇବା ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶିକ୍ଷଣ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ପାକିସ୍ତାନୀ ଖେଳାଳି ସେନା କର୍ମଚାରୀଙ୍କଠାରୁ ସ୍ନାଇପର ଶୁଟିଂ ଶିକ୍ଷା କରୁଥିବା ଦେଖିବାକୁ ମିଳିଛି। ଅଳ୍ପ କିଛି ଖେଳାଳି ଜଣେ ଅନ୍ୟଙ୍କୁ ପଛକୁ ଉଠାଇ ଦୌଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ପାକିସ୍ତାନ କ୍ରିକେଟ୍ ଟିମ୍ ଚର୍ଚ୍ଚାରେ ରହିଥାଏ, ବାବର ଆଜାମଙ୍କ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ ସହ ଶାହିନ୍ ଆଫ୍ରିଦିଙ୍କୁ ଗୋଟିଏ ମ୍ୟାଚ୍ ପରେ ଟି -୨୦ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ଅଧିନାୟକ ପଦବୀକୁ କିପରି ପରିଚାଳନା କରାଯାଇଛି ସେଥିପାଇଁ କେତେକ ପୂର୍ବତନ କ୍ରିକେଟର ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ସମାଲୋଚନା କରିଛନ୍ତି।

ଗତ ସପ୍ତାହରେ ପାକିସ୍ତାନ୍ ଗୋଟିଏ ସିରିଜରେ ଦୁର୍ବଳ ପ୍ରଦର୍ଶନ କରିବା ପରେ ଶାହିନଙ୍କୁ ଟି-୨୦ ଅଧିନାୟକତ୍ୱରୁ ହଟାଇ ଦିଆଯାଇଥିଲା, ଯେଉଁଥିରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧-୪ରେ ହାରି ଯାଇଥିଲା। ପିସିବି ୨୦୨୪ ଟି -୨୦ ବିଶ୍ୱକପ ପୂର୍ବରୁ ହ୍ବାଇଟ ବଲ ଫର୍ମାଟର ଅଧିନାୟକ ଭାବରେ ବାବର ଆଜମଙ୍କୁ ପୁନଃ ସ୍ଥାପିତ କରିଥିଲା।

Share