ଆରମ୍ଭରୁ ଏମିତି…

ଢେଙ୍କାନାଳ, ୨୬।୬(ରତନ ନାୟାର): ସାରା ରାଜ୍ୟକୁ ଛୁଇଁଛି ମୌସୁମୀ। ଦୁଇଦିନ ହେଲା ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଲଗାଣ ବର୍ଷା। ତେବେ ରବିବାର ଅବିଶ୍ରାନ୍ତ ବର୍ଷା ଢେଙ୍କାନାଳ ସହରତଳି ଅଞ୍ଚଳବାସୀଙ୍କ ଦୁଃଖ ବଢ଼ାଇଦେଇଛି। ଟାଉନ ପ୍ଲାନିଂ ଅଞ୍ଚଳରେ ପାଣି ପଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମଗ୍ର ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ବର୍ଷା ଆରମ୍ଭରୁ ସମ୍ପୃକ୍ତ ଅଞ୍ଚଳବାସୀ ଏଭଳି ଯନ୍ତ୍ରଣା ଭୋଗୁଥିବାବେଳେ ଆଗକୁ ସ୍ଥିତି ଆହୁରି ଜଟିଳ ହେବ ବୋଲି ଅଭିଯୋଗ ହୋଇଛି।
ବର୍ଷା ଆସିଲେ ଢେଙ୍କାନାଳ ଟାଉନ୍‌ ପ୍ଲାନିଂ ଅଞ୍ଚଳବାସୀଙ୍କ ଦୁଃଖ ବଢ଼ିଯାଏ। ଅବ୍ୟବସ୍ଥିତ ଡ୍ରେନେଜ୍‌ ସମସ୍ୟା ପାଇଁ ବର୍ଷ ବର୍ଷ ଧରି ଲୋକେ ଏଭଳି ସମସ୍ୟା ଭୋଗି ଆସୁଛନ୍ତି। ତେବେ ରବିବାର ଦିନତମାମ ହୋଇଥିବା ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ସମଗ୍ର ଅଞ୍ଚଳ ପାଣିଘେରରେ ରହିଛି। ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି। ଅନେକ ଘରେ ପାଣି ପଶିଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚତାର ବର୍ଷାଜଳ ପ୍ରବାହିତ ହେବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ବର୍ଷାଦିନ ପୂର୍ବରୁ ଡ୍ରେନେଜ୍‌ ସମସ୍ୟା ସୁଧାରିବାକୁ ଅଞ୍ଚଳବାସୀ ପୌର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ ଏହାକୁ କେହି ଗୁରୁତ୍ୱର ସହ ନେଲେନାହିଁ। ତେଣୁ ଏଭଳି ସମସ୍ୟା ଉପୁଜିଥିବା ଟାଉନ ପ୍ଲାନିଂବାସୀ ଅଭିଯୋଗ କରିଛନ୍ତି।
ଗାୟତ୍ରୀ ନଗରରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ୱ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଜଳ ନିଷ୍କାସନ ଲାଗି ପୌରସଂସ୍ଥା ପକ୍ଷରୁ ଦିନତମାମ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା, ଯାହାକୁ ନେଇ ଅସନ୍ତୋଷ ତେଜିଥିଲା। ଅପରାହ୍ନରେ ପୌର ଅଧିକାରୀ ପହଞ୍ଚତ୍ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେଇଥିଲେ।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ଅପରାହ୍ନରେ ଯାଇ ଜଳ ନିଷ୍କାସନ କରାଯାଇଛି। ଡ୍ରେନେଜ୍‌ ନିର୍ମାଣ ପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଏହା ପରେ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri