ଲୋଇସିଂହା,୧।୫(ଡିି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହାରେ ଶନିବାର ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଜଡ଼ାମୁଣ୍ଡାର ବସ୍ତିର ରୂପକ ହନୁମାନ। ଗୁରୁତର ସରୋଜ ବିଶି। ଗୁରୁତର ସରୋଜଙ୍କୁ ବଲାଙ୍ଗୀରରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଖବରପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରୂପକ ଓ ସରୋଜଙ୍କୁ କେତେକ ଯୁବକ ମାରଣାସ୍ତ୍ରଧରି ହସ୍ପିଟାଲ ଛକରୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ଉଭୟ ହସ୍ପିଟାଲ ପରିସରକୁ ପଶିଯାଇଥିଲେ। ହେଲେ ଆକ୍ରମଣକାରୀ ହସ୍ପିଟାଲରେ ଆକ୍ରମଣ କରିଥିଲେ। ଆପରପକ୍ଷେ ଲୋଇସିଂହା ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।