ମାମି ଫିଲ୍ମ ଫେଷ୍ଟିଭାଲ ବୋର୍ଡ଼ରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ: ଫିଲ୍ମ ଫେଷ୍ଟିଭାଲ ବୋର୍ଡ ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ (ଏମଏଏମଆଇ)ର ସଦସ୍ୟ ପଦରୁ ଶନିବାର ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହର ଇସ୍ତଫା ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ଚାପରେ ଥିଲେ କରନ। କରନ ନେପୋଟିଜିମ୍‌କୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଥିଲା। ପରେ ପ୍ରଶଂସକମାନେ ତାଙ୍କୁ ସମାଲୋଚନା କରିବା ଯୋଗୁ ସେ ଏପରି କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଫେଷ୍ଟିଭାଲର ଚେୟାରପର୍ସନ ଓ ଦୀପିକା ପାଦୁକୋନ ତାଙ୍କୁ ବୁଝାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଟୁଇଟରରେ ସେ କେବଳ ୮ଜଣଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତଙ୍କୁ ଅନଫଲୋ କରିଦେଇଛନ୍ତି। ସେହିପରି ଇନ୍‌ଷ୍ଟାଗ୍ରାମର କମେଣ୍ଟ ବକ୍ସ ମଧ୍ୟ ବନ୍ଦ କରି ଦେଇଛନ୍ତି। ସିନେପ୍ରେମୀ କରନଙ୍କ ଉପରେ ବିଭିନ୍ନ ଆରୋପ ଲଗାଉଥିଲେ ହେଁ କୌଣସି ବଲିଉଡ କଳାକାର ତାଙ୍କ ସପକ୍ଷରେ ବାହାରି ନ ଥିବା ରିପୋର୍ଟରେ ଦର୍ଶାଯାଇଛି।

Share