ମନ୍ଦିରରୁ ତାଡ଼ିନେଲେ ଦାନ ବାକ୍ସ

ଚୌଦାର,୨୮।୬(ଡି.ଏନ୍‌.ଏ): କଟକ ଜିଲା ଚୌଦାର ବ୍ୟାଘ୍ର ବାହିନୀ ମନ୍ଦିରର ଗେଟ୍‌ ତାଲା ଭାଙ୍ଗି ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋର ଦାନ ବାକ୍ସ ଭାଙ୍ଗି ମନ୍ଦିରଠାରୁ କିଛି ଦୂରରେ ପକାଇ ଥିବା ଦେଖିବାକୁ ମିଳିଛି । ପୂଜକ ପୂଜା କରିବା ପାଇଁ ଆସି ମନ୍ଦିର ଗେଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ପରେ ଦାନ ବାକ୍ସ ନ ଥିବା ଦେଖିଥିଲେ। ମନ୍ଦିର ଭିତରେ ମା’ଙ୍କ ସୁନା ଅଳଙ୍କାର ମଧ୍ୟ ପାଇ ନ ଥିଲେ। ଏ ନେଇ ପୂଜକ ଏବଂ ସ୍ଥାନୀୟ ଲୋକେ ଖୋଜା ଖୋଜି କରିବାରୁ ଦାନ ବାକ୍ସ କିଛି ଦୂରରେ ଭଙ୍ଗା ହୋଇ ପଡିଥିବା ଓ ସେଥିରୁ ସମସ୍ତ ଟଙ୍କା ଚୋରି ହୋଇଥିବା ଜାଣିଥିଲେ। ଏ ନେଇ ଚୌଦାର ଥାନାରେ ଅଭିଯୋଗ ପରେ ଚୌଦାର ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଆଗରୁ ମଧ୍ୟ ଏହି ମନ୍ଦିରରେ ଚୋରି ହୋଇଥିଲା । ଚୌଦାର ଅଞ୍ଚଳରେ ଥିବା ପ୍ରାୟ ସବୁ ମନ୍ଦିରରେ ଏଭଳି ଚୋରି ହେଉଥିବା ବେଳେ ପୋଲିସ ଏହାକୁ ଗୁରୁତ୍ୱ ଦେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।