କୁଡୁମୁଲୁଗୁମ୍ମା, ୩୦।୩(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡାରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇ ଯାତ୍ରାରେ ମିଳୁଥିବା ଚିକେନ୍ ପକୋଡା ଖାଇ ୭ଜଣ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରେ ସିନ୍ଧିଗୁଡା ଗ୍ରାମର ୪ଜଣ ଥିବା ବେଳେ କୁଡୁମୁଲୁଗୁମ୍ମାର ୩ ଜଣ ଶିଶୁ ରହିଛନ୍ତି। ଅସୁସ୍ଥ ପିଲାମାନେ ହେଲେ ଶତ୍ରୁଘନ ବେହେରା,ପ୍ରେମ ପାଙ୍ଗୀ, ଅଜୟ କୁଆଁସୀ, ବିଜୟ କୁଆଁସୀ, କାର୍ତ୍ତିକ ଟାଟୁ ଓ ସତ୍ୟ ଟାଟୁ। ସମସ୍ତଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରରୁ ଜଣାପଡିଛି କୋରୁକୋଣ୍ଡାରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ସିନ୍ଧିଗୁଡା ଓ କୁଡୁମୁଲୁଗୁମ୍ମା ଗ୍ରାମର କେତେଜଣ ବ୍ୟକ୍ତି ଯାଇଥିଲେ। ସେମାନେ ଯାତ୍ରାରେ ବୁଲିବା ସହ ଫାଷ୍ଟଫୁଡ୍ ଦୋକାନରେ ଚିକେନ ପକୋଡା ଖାଇଥିଲେ। ଘରକୁ ପିଲାଙ୍କ ପାଇଁ ଆଣିଥିଲେ। ଏହି ଚିକେନ ପକୋଡା ଘରେ ପିଲାମାନେ ଖାଇବା ପରେ ସେମାନେ ରାତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇପଡିଥିଲେ।