ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ

ଭବାନୀପାଟଣା,୧୯।୯(ଉତ୍ତମ କୁମାର ଦାଶ): ଦିନକ ପରେ ଅର୍ଥାତ୍‌ ବୁଧବାର ପଶ୍ଚିମ ଓଡିଶାର କୃଷିଭିତ୍ତିକ ତଥା ଗଣପର୍ବ ନୂଆଁଖାଇ। ପଶ୍ଚିମ ଓଡିଶାର ସମସ୍ତ ଜିଲାରେ ନୂଆଁଖାଇ ବେଶ ଆଡମ୍ବର ଭାବେ ପାଳନ କରାଯାଉଥିବାବେଳେ କଳାହାଣ୍ଡି ଜିଲାରେ ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି। ଚାରିଆଡେ କେବଳ ଗୋଟିଏ ଦିନ ନୂଆଁଖାଇ ହୋଇଥାଏ। ହେଲେ କଳାହାଣ୍ଡି ଜିଲାରେ ପର୍ଯ୍ୟାୟକ୍ରମେ ପାଳନ ହୋଇଥାଏ ନୂଆଁଖାଇ। ଉତ୍ସବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ସମସ୍ତଙ୍କୁ ଏକାଠି ବାନ୍ଦିରଖେ ନୂଆଁଖାଇ। କଳାହାଣ୍ଡି ଜିଲାରେ ନୂଆଁଖାଇ ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ ହୋଇ ଦଶହରା ଦଶମୀରେ ଶେଷ ହୁଏ। ଏହାରିଭିତରେ ବୁଧବାର (ରଷି ପଞ୍ଚମୀ ଦିନ) ଜିଲାର ବଡ ଭାଗ ଲୋକେ ନୂଆଁଖାଇ ପାଳନ କରିଥାନ୍ତି। ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ସମସ୍ତେ ଏବେ ନୂଆଁଖାଇ ପ୍ରସ୍ତୁତି ପାଇଁ ଲାଗିପଡିଛନ୍ତି। ଗାଁଠୁ ସହର ଚାରିଆଡେ ପର୍ବର ମାହୋଲ ଦେଖିବାକୁ ମିଳିଛି। ଇତିମଧ୍ୟରେ ଗୃହିଣୀମାନେ ଘର ସମସ୍ତ ଜିିନିଷ ଟେକାରଖା, ସଫାସୁତୁରା କରିସାରି ନୂଅଁାଖାଇ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏପଟେ ଗୃହ କର୍ତ୍ତାମାନେ ବଜାର ସଉଦା ସବୁ କିଣିସାରିଥିବା ଦେଖିବାକୁ ମିଳିଛି। ଚଳିତବର୍ଷ କଳାହାଣ୍ଡି ଜିଲାର ଲୋକେ ଏଥର ଆନନ୍ଦ ଓ ଉତ୍ସାହର ସହ ନୂଆଁଖାଇ ପର୍ବ ପାଳନ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧାନଚାଷ ବିଳମ୍ବ ହୋଇଛି। ଫଳରେ ଜିଲାର ବିଭିନ୍ନ ଅଞ୍ଚଳରେ ନୂଆଁଖାଇ ପାଇଁ ସବୁଠି ନୂଅଁାଧାନ ମିଳୁନାହିଁ। କେବଳ ପାହାଡିଆ ଅଞ୍ଚଳରେ ନୂଆଁଧାନ ମିଳୁଛି। ଫଳରେ ନବାନ୍ନ ଭୋଗ ପାଇଁ ଲୋକେ ବିଭିନ୍ନ ବଜାରକୁ ଯାଇ ନୂଅଁାଧାନ କିଣିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ଲେଖାଏଁ ଧାନ କେଣ୍ଡାକୁ ବିଭିନ୍ନ ବଜାରରେ ୧୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ନବାନ୍ନ ଭୋଗ ଲଗାଇବା ଲାଗି ସରଗି, କଦଳୀ, କୁରେଇ, ସାରୁ, ଭଲିଆ, ମହୁଲ, ପଣସ, ଶିଆଲ ଆଦିପତ୍ର ବିଡା ଗତଥର ୫ଟଙ୍କା ଥିବା ବେଳେ ଏଥର ୧୦ ଟଙ୍କାରେ ବିକ୍ରି ହେଉଛି। ହାଟରେ ଯେଉଁ ନୂଆହାଣ୍ଡି ଆଗରେ ୧୦ ଟଙ୍କାରେ ମିଳୁଥିଲା ଏଥର ତାହା ୨୦ ଟଙ୍କାରେ ବିକ୍ରି ହେଉଛି। ରବିବାର ଜୁନାଗଡ ସାପ୍ତାହିକ ବଜାରରେ ନୂଆଁଖାଇ ସକାସେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ନବାନ୍ନ ଭକ୍ଷଣ ପାଇଁ ନୂଆଁ ଦନା, ନୂଆମାଟି ହାଣ୍ଡି, ନୂଆଧାନ ବିକ୍ରେତାଙ୍କ ପାଖରେ ଅଧିକ ଭିଡ ରହିଥିଲା। ଚାଷୀ ଅମଳ କରିଥିବା ନୂଅଁାଧାନକୁ ନୂଅଁାଖାଇରେ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବା ପରେ ନିଜେ ନୂଆଁ ଅର୍ଣ୍ଣ ଗ୍ରହଣ କରିଥାନ୍ତି। ଆକାଶ ଛୁଆଁ ପରିସ୍ଥିତି ସତ୍ତ୍ୱେ ବି ଲୋକେ ପରମ୍ପରାର ରକ୍ଷାଲାଗି ବାଧ୍ୟ ହୋଇ ଚଢାଦର ଦେଇ ବିଭିନ୍ନ ଜିନିଷ କିଣୁଥିବା ଦେଖିବାକୁ ମିଳିଛି। ଏପଟେ ଜିଲା ତଥା ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତମାନେ ମଧ୍ୟ ଖୁସିରେ ପରିବାର ସହ ନୂଆଁଖାଇ ପାଳନ କରିବା ପାଇଁ ଘରକୁ ଆସୁଥିବା ଦେଖିବାକୁ ମିଳୁଛି। ସେହିପରି ଯେତେ ଅଭାବ ଅସୁବିଧା ଥିଲେ ବି ଧାରଉଧାର କରି ଏହି ବର୍ଷର ନୂଆଖାଇଁ ପର୍ବ ପାଳନ କରିବୁ ବୋଲି ଅଞ୍ଚଳବାସୀ କହୁଛନ୍ତି। ସାମାଜିକ ଭାଇଚାରା, ଜୁହାର ଭେଟ୍‌ ପରମ୍ପରାର ଏହି ନୂଆଁଖାଇ ପର୍ବ ଅଞ୍ଚଳବାସୀଙ୍କ ପାଇଁ ପାଳିବା ଚଳିତବର୍ଷ ପାଇଁ କଷ୍ଠସାଧ୍ୟ ହେଉଥିଲେ ମଧ୍ୟ ଆଗ୍ରହ କମି ନ ଥିବା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଫଏକ୍ୟୁ ମାନ କୋହଳ ପାଇଁ ଉଠିଲା ଦାବି

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବି...

ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ

ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...

ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଏଡିଜି...

ଚାଷୀଙ୍କୁ କ୍ଷତିପୂରଣ ଦାଦି କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୩।୧୨(ସନ୍ତୋଷ ପାଢ଼ୀ ): ଅଦିନିଆ ବର୍ଷାର ପ୍ରକୋପରେ ଗଞ୍ଜାମ ଜିଲାର ୨୨ବ୍ଲକର ପାଖାପାଖି ୩,୩୧,୫୦୦ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗର କୃଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri