Categories: ଫୁରସତ

ଲୋକାଲ ଟ୍ରେନ୍‌ରେ ଅଙ୍କଲ ଡାକିବାରୁ , ଯାହା ଶୁଣିଲେ….

ମୁମ୍ବାଇ ଲୋକାଲ ଟ୍ରେନ୍‌ର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଅନ୍ୟ ଜଣଙ୍କୁ ଅଙ୍କଲ ଡାକିବାରୁ ସେ ଯାହା ଉତ୍ତର ଦେଇଛନ୍ତି ତାହା ଖୁବ୍‌ ମଜାଳିଆ ମନେହୁଏ।

ମ୍ୟାଡାମ- ସାର ବଦଳରେ ପ୍ରାୟ କେତେଜଣ ଆଣ୍ଟି-ଅଙ୍କଲ ବୋଲି ଡାକନ୍ତି। ଯଦି ଆପଣ ସେଭଳି ସମ୍ବୋଧନ କରୁଥାନ୍ତି ତେବେ ସାବଧାନ। କାରଣ ନିଜ ପାଇଁ ଆଣ୍ଟି-ଅଙ୍କଲ ଶବ୍ଦ ଶୁଣିବାକୁ କେହି ପସନ୍ଦ କରନ୍ତି ନାହିଁ । ବାସ୍ତବରେ, ଅଧିକାଂଶ ଲୋକ ଅନୁଭବ କରନ୍ତି ଯେ ସେମାନଙ୍କୁ ଆଣ୍ଟି-ଅଙ୍କଲ ବୋଲି କହି ଆପଣ ସେମାନଙ୍କ ବୟସକୁ ଟିକେ ଅଧିକ ବଢ଼ାଇ ଦେଉଛନ୍ତି। ମୁମ୍ବାଇଁ ଲୋକାଲ ଟ୍ରେନ୍‌ରେ ଜଣେ ବ୍ୟକ୍ତି ଟ୍ରେନର ଚଟାଣରେ ବସି ଯାତ୍ରା କରୁଥିଲେ। ଏପରି ପରିସ୍ଥିତିରେ ଅନ୍ୟ ଜଣେ ଯାତ୍ରୀ ତାଙ୍କୁ ଅଙ୍କଲ ବୋଲି ସମ୍ବୋଧନ କରି ଉଠିବାକୁ କହିଥିଲେ। ତା’ପରେ ସେ ଦେଇଥିବା ପ୍ରତିକ୍ରିୟାକୁ ଦେଖି ଯେ, କେହି କାହାକୁ ଅଙ୍କଲ ଡାକିବା ପୂର୍ବରୁ ଦୁଇଥର ଚିନ୍ତା କରିବେ। ଭିଡିୟରେ ଜଣେ ବ୍ୟକ୍ତି ଅଙ୍କଲ ଉଠ ବୋଲି କହୁଛନ୍ତି। ଯାହାକୁ ବସିଥିବା ବ୍ୟକ୍ତି ଜଣକ ଶୁଣି ଅଣଦେଖା କରୁଛନ୍ତି। ପରେ ସେ ପୁଣି ଉଠିବାକୁ କହୁଛନ୍ତି, ବ୍ୟକ୍ତି ଜଣଙ୍କ କହୁଛନ୍ତି କ’ଣ କହୁଛ ମୁଁ ବୁଝିପାରୁନି। ଅଙ୍କଲ କିଏ ବସିଛ? ବ୍ୟକ୍ତି ଜଣଙ୍କ କହୁଛନ୍ତି ଅଙ୍କଲ କିଏ?

 

Share