ପ୍ରୋଟିନ ଆମର ଶରୀର ପାଇଁ ବହୁତ ଜରୁରୀ। ମାଂସପେଶୀକୁ ମଜଭୁତ ହେବା, ଓଜନ କମାଇବା ଆଦିରେ ପ୍ରୋଟିନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଡାଏଟ୍ରେ ପ୍ରାକୃତିକ ଉପାୟରେ ମଧ୍ୟ ସାମିଲ କରାଯାଇପାରିବ। ପ୍ରୋଟିନ ବିଭିନ୍ନ ପ୍ରକାରର ରହିଛି। ମାତ୍ର ସବୁଠୁ ଉପକାରୀ ଲୋକପ୍ରିୟ ପ୍ରୋଟିନ୍ ହେଉଛି ହ୍ବେ ପ୍ରୋଟିନ( whey protein)।
ଏହି ପ୍ରୋଟିନ ଆପଣ ବହୁତ ସହଜରେ ଖାଦ୍ୟରେ ସାମିଲ କରିପାରିବେ। ଏହା ପାଉଡର ରୂପରେ ମିଳିଥାଏ। ପାଣି, କ୍ଷୀର କିମ୍ବା ଅନ୍ୟ ପାନୀୟ ସାଙ୍ଗରେ ଏହି ପାଉଡର ମିଶାଇ ପିଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଦିନକୁ ୨୫-୫୦ ଗ୍ରାମ ଅର୍ଥାତ ଏକ କିମ୍ବା ଦୁଇ ଚାମଚ ନେଇପାରିବେ। ପୋଷକ ତତ୍ତ୍ୱରେ ଭରପୂର ହ୍ବେ ପ୍ରୋଟିନରେ ଅନେକ ଫାଇଦା ରହିଛି। ଜାଣନ୍ତୁ ଏ ସମ୍ପର୍କରେ…
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା କ୍ଷୀରରୁ ପ୍ରସ୍ତୁତ। ମାତ୍ର ଏଥିରେ ଉନ୍ନତମାନର ଗୁଣବତ୍ତା ଥିବାରୁ ଏଥିରେ ୯ ଏମିନୋ ଏସିଡ୍ ରହିଛି। ଏହା ଶରୀରରେ ସହଜରେ ପହଞ୍ଚିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଏହାକୁ ନିୟମିତ ଭାବରେ ପିଇଲେ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖେ। ମେଧବହୁଳତା ଦୂର ହୁଏ। ମାଂସପେଶୀକୁ ସୁଦୃଢ଼ କରିଥାଏ।