‘ଏକ୍ସ’ରୁ ହେଉଛି ୟୁଜରଙ୍କ ମୋହଭଙ୍ଗ, ଲଗାତାର କମୁଛି ବ୍ୟବହାରକାରୀଙ୍କ ସଂଖ୍ୟା,ଗଲେଣି ୩ କୋଟି…

ଓ୍ବାଶିଂଟନ,୧।୧୦ : କୋଟିପତି ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କୁନେଇ ଲୋକମାନେ ନିରାଶ ହୋଇଥିବା ପରି ମନେ ହେଉଛି। ପ୍ଲାଟଫର୍ମ କ୍ରମାଗତ ଭାବରେ ଏହାର ଦୈନିକ ସକ୍ରିୟ ଉପଭୋକ୍ତାମାନଙ୍କୁ ହରାଉଛି। ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ଏକ ସାକ୍ଷାତକାର ସମୟରେ ଲିଣ୍ଡା ୟାକାରିନୋ କମ୍ପାନୀର ତଥ୍ୟ ସମ୍ପର୍କରେ ସୂଚପା ପ୍ରଦାନ କରିଥିଲେ। ସେ ପ୍ରକାଶ କରିଛନ୍ତି ଏଲନ ମସ୍କଙ୍କର ଏକ୍ସ ଅଧିଗ୍ରହଣ ପରେ ୟୁଜରଙ୍କ ସଂଖ୍ୟା ଦିବକୁ ଦିନ କମିବାରେ ଲାଗିଛି।

ଭକ୍ସ ମିଡିଆର କୋଡ ୨୦୨୩ ସମ୍ମିଳନୀରେ ଏକ ସାକ୍ଷାତକାର ସମୟରେ, ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ପ୍ରକାଶ କରିଛନ୍ତି ବର୍ତ୍ତମାନ କମ୍ପାନୀର ୨୨୫ ନିୟୁତ ସକ୍ରିୟ ଉପଭୋକ୍ତା ଅଛନ୍ତି। ସେ ସାକ୍ଷାତକାର ସମୟରେ ଦୋହରାଇଥିଲେ ସେ କେବଳ ୧୨ ସପ୍ତାହ ପାଇଁ ଏକ୍ସ ରେ ଥିଲେ। ଏଲନଙ୍କ ଅଧିଗ୍ରହଣ କରେ ୧୧.୬ ପ୍ରତିଶତ ଉପଭୋକ୍ତାଙ୍କର ହ୍ରାସ ଘଟିଛି।

ତାଙ୍କ ଅଧିଗ୍ରହଣର ଏକ ସପ୍ତାହ ପୂର୍ବରୁ ଟୁଇଟରରେ ଦୈନିକ ୨୫୪.୫ ନିୟୁତ ସକ୍ରିୟ ଉପଭୋକ୍ତା ଥିଲେ। ଏଲନ ମସ୍କ ମାଲିକ ହେବା ପରେ ଏକ୍ସ ପ୍ରାୟ ୩୦ ମିଲିୟନ (୩ କୋଟି) ଦୈନିକ ସକ୍ରିୟ ଉପଭୋକ୍ତାଙ୍କୁ ହରାଇଛି ।

Share