ଅଫିସରେ ଦିଆଯିବ କରୋନା ଟିକା: ୬ରୁ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର, ୩।୨(ବ୍ୟୁରୋ): ଏଣିକି ଅଫିସରେ ଦିଆଯିବ କେରୋନା ଟିକା। କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ କୋଭିଡ୍‌ ଭ୍ୟାକ୍ସିନ୍‌ ଦିଆଯିବ। ଏଥିଲାଗି ବିଭିନ୍ନ ଅଫିସରେ ଟିକା ରୁମ୍‌ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗୃହ ଓ ଉନ୍ନୟନ, ରାଜସ୍ବ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଟିକା ଦିଆଯିବ। ଏ ନେଇ ପରିପାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଏଥିଲାଗି ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୨ହଜାର ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ ହୋଇସାଇଛି। ଏହି ଟିକାକରଣ କାର୍ଯ୍ୟ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ । ତିନି ସପ୍ତାହ ମଧ୍ୟରେ ଆଗଧାଡିର ଯୋଦ୍ଧାମାନଙ୍କ ଟିକା କରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ବୁଧବାର ଓଡିଶାକୁ ୬୩ହଜାର ୯୦ ଡୋଜ କୋଭିସିଲ୍ଡ ଓ ୮୩ହଜାର ୫୦୦ କୋଭିକ୍ସିନ ଟିକା ଆସିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟୀକା ଦିଆଯାଇଛି । ଯାହା ଟିକାକରଣର ୬୨ ପ୍ରତିଶତ ଅଟେ । ତେବେ ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୦ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ଫେବୃଆରୀ ୧୫ତାରିଖରୁ ପ୍ରଥମ ଫେଡ୍‌ର ସେକଣ୍ଡର ଡୋଜ୍‌ ଦିଆଯିବ । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Share