Categories: ଜାତୀୟ

ଜମାଟ ବାନ୍ଧିଲା ଡାଲ୍‌ ହ୍ରଦ ପାଣି

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀରରେ ତୁଷାର ପାତ ଲାଗି ରହିଛି। ଏହାଯୋଗୁ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଯାଇଛି। ଫଳରେ ଶ୍ରୀନଗରର ଡାଲ୍‌ ହ୍ରଦର ପାଣି କେତେକ ସ୍ଥାନରେ ଜମାଟ ବାନ୍ଧି ଯାଇଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ ସୋମବାର ଏଠାରେ ସର୍ବନିମ୍ନ ତାପମାତ୍ରା ଶୂନରୁ ୬ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବ। ପ୍ରବଳ ଥଣ୍ଡା ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମି ଯାଇଛି।

Share