ସାବିତ୍ରୀ ପାଇଁ ଫଳ ଦର ଆକାଶଛୁଆଁ

ଭଦ୍ରକ ଅଫିସ, ୧୯।୫: ସାବିତ୍ରୀ ବ୍ରତ ପାଇଁ ଭଦ୍ରକ ସହର ବଜାରରେ ଗ୍ରାହକଙ୍କ ଭିଡ଼ ଜମିଥିବା ବେଳେ ଫଳ ଦର ଆକାଶଛୁଅଁା ହୋଇଛି। ଶୁକବ୍ରାର ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ବିଭିନ୍ନ ଫଳ ସମର୍ପଣ କରିଥାନ୍ତି। ବେପାରୀମାନେ ମନଇଚ୍ଛା ଦରରେ ଫଳ ସାମଗ୍ରୀ ବିକି ମାଲେମାଲ୍‌ ହେଉଛନ୍ତି। କେବଳ ଫଳ ନୁହେଁ, ଶାଢ଼ି ଓ କସ୍‌ମେଟିକ୍‌ ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଜମିଥିଲା। କଚେରି ବଜାର ଫଳ ମାର୍କେଟରେ ଦୁଇଦିନ ଧରି ଗହଳି ଲାଗି ରହିଛି। ଆମ୍ବ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କଦଳୀ ଡଜନ ୯୦, ସପୁରୀ ଗୋଟାକୁ ୪୦, ନଡ଼ିଆ ଗୋଟାକୁ ୩୦, ଲିଚୁ ୧୫୦, ପଣସ ଗୋଟାକୁ ୧୫୦ରୁ ୨୦୦, ସେଓ ୨୦୦ ଓ ଅଙ୍ଗୁର ୧୦୦ ଟଙ୍କାରେ ବିକ୍ରି ହେଉଛି। ପାଚିଲା ଖଜୁରି କୋଳି ପରିବର୍ତ୍ତେ ଶୁଖିଲା, କଞ୍ଚା କୋଳି ଚଢ଼ାଦରରେ ବିକ୍ରି ହେଉଥିବା ବେଳେ ତାଳସଜ ଗୋଟା ୧୦ରୁ ୧୫ ଟଙ୍କା। ଦରଦାମ୍‌ ନିୟନ୍ତ୍ରଣ ସକାଶେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଉଥିଲେ ମଧ୍ୟ ବଜାର ଭିଡ଼ ସମୟରେ କମିଟି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା କେତେଜଣ ଗ୍ରାହକ ପ୍ରତିକ୍ରିୟା ପ୍ରକାଶ କରିଥିଲେ।