କଟକ ଅଫିସ୍, ୫।୨: ନୂଆଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫୋରେନ୍ସିକ ସାଇନ୍ସ ଲାବୋରେଟୋରି (ସିଏଫ୍ଏସ୍ଏଲ୍)ର ବିଶେଷଜ୍ଞମାନେ ଝାରସୁଗୁଡ଼ାରେ ଅଭିଯୁକ୍ତଙ୍କ ଫୋରେନ୍ସିକ ସାଇକୋଲୋଜିକାଲ ଆସେସ୍ମେଣ୍ଟ ଓ ଏଲ୍ଭିଏ ଟେଷ୍ଟ କରିଛନ୍ତି। ଗୋପାଳଙ୍କ ମାନସିକ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଛି। ଏଥିସହ ଗୋପାଳଙ୍କ ବ୍ରହ୍ମପୁର ଶିଳ୍ପାଞ୍ଚଳସ୍ଥିତ ପୈତୃକ ଘର ଓ ଝାରସୁଗୁଡ଼ାର ସରକାରୀ କ୍ୱାର୍ଟରରୁ ମିଳିଥିବା କାଗଜପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି। ଗୋପାଳ, ତାଙ୍କ ସ୍ତ୍ରୀ, ଭାଇ ଓ ଅନ୍ୟ ନିକଟ ସମ୍ପର୍କିୟଙ୍କ ଅର୍ଥନୈତିକ କାରବାର ସମ୍ପର୍କିତ ତଥ୍ୟ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ୍ ଦ୍ୱାରା ସଂଗ୍ରହ କରାଯାଉଥିବା ସୂଚନା ମିଳିଛି।