Categories: ଖେଳ

କେକେଆର୍‌ର ବିଜୟ ପରେ ବିରାଟ କୋହଲିଙ୍କୁ ଧରି ନାଚିଲେ କିଙ୍ଗ୍‌ ଖାନ

କୋଲକାତା,୭।୪: କୋଲକାତାର ଇଡେନ ଗାର୍ଡେନ୍ସରେ ଗୁରୁବାର କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିିବି) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଦେଖିବା ପାଇଁ ବଲିଉଡର କିଙ୍ଗ୍‌ ଖାନ ତଥା କେକେଆର୍‌ର ମାଲିକ ମଧ୍ୟ ପହଞ୍ଚିଥିଲେ। ତେବେ ମ୍ୟାଚ୍‌ରେ କେକେଆର୍‌ ଆରସିବିକୁ ପରାସ୍ତ କରିଛି। କେକେଆରର୍‌ ବିଜୟ ପରେ ଦଳର ମାଲିକ ଶାହରୁଖ ଖାନ ଗ୍ରାଉଣ୍ଡକୁ ଯାଇ ଆରସିବିର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଭେଟି ହାତ ମିଳାଇଥିଲେ। ଏପରିକି ବିରାଟ ଶାହରୁଖ ଖାନଙ୍କ ସହ ଝୁମେ ଜୋ ପଠାନ୍‌ ଗୀତରେ ନାଚିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

Share