ନୂଆଦିଲ୍ଲୀ : ଆଭିଏଶନ ଟର୍ବାଇନ ଫୁଏଲ (ଏଟିଏଫ୍) ବା ବିମାନ ଇନ୍ଧନ ୬.୩% ବୃଦ୍ଧି ଘଟିଛି। ଏହା କିଲୋଲିଟର ପିଛା ୨୯୪୧.୫ ଟଙ୍କା ବଢ଼ିବାରୁ ନୂଆଦିଲ୍ଲୀରେ ଦର ୪୯,୧୬୧ ଟଙ୍କାକୁ ବୃଦ୍ଧିପାଇଛି। ଚଳିତ ବର୍ଷ ଦ୍ୱିତୀୟ ଥର ଲାଗି ଏଟିଏଫ୍ ମୂଲ୍ୟରେ ବୃଦ୍ଧି ଘଟିଛି। ଡିସେମ୍ବର ପହିଲାରେ ଏହାର ଦର ୭.୧%(୩୨୮୮) ଟଙ୍କା ବୃଦ୍ଧି ପାଇଥିଲା। ଏଲ୍ପିଜି ଭଳି ଏଟିଏଫ୍ ମୂଲ୍ୟ ପ୍ରତିମାସ ପହିଲା ଏବଂ ୧୬ ତାରିଖରେ ପରିବର୍ତ୍ତିତ ହୋଇଥାଏ। ଅନ୍ତର୍ଜାତୀୟ ବଜାରର ତୈଳ ଦର ଏବଂ ବିଦେଶୀ ମୁଦ୍ରା ବିନିୟମକୁ ବିଚାର କରି ଏଭଳି ଇନ୍ଧନ ଦର ଧାର୍ଯ୍ୟ କରାଯାଇଥାଏ। ସେହିଭଳି ଏଲ୍ପିଜି ସିଲିଣ୍ଡର ପିଛା ଦର ୫୦ ଟଙ୍କା ବଢିଛି। ଏହା ପୂର୍ବରୁ ଡିସେମ୍ବରରେ ମଧ୍ୟ ଦର ୫୦ ଟଙ୍କା ବୃଦ୍ଧି ଘଟିଥିଲା।