ଇନ୍ଧନ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା,୧୮ ଜୀବନ୍ତ ଦଗ୍ଧ…

ମେକ୍ସିକୋ ସିଟି,୧୧।୯ : ମେକ୍ସିକୋରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ମୋଣ୍ଟେରୀ ସହରକୁ ଯାଉଥିବା ରାଜପଥରେ ଏକ ଇନ୍ଧନ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ ବସ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବସ୍‌ରେ ଥିବା ୧୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୁହାଁମୁହିଁ ଧକ୍କା ହେବା ପରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।

ପ୍ରଥମେ ନଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ପରେ ଅନ୍ୟ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସୁରକ୍ଷିତ ଅଛନ୍ତି। ସେ ସାମାନ୍ୟ ଆହତ ହୋଇଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କରୁଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ ବସ ହିଡାଲଗୋରୁ ମୋଣ୍ଟେରୀ ସହରକୁ ଯାଉଥିଲା।

Share