ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ: ୧୯ ମୃତ

କାବୁଲ ,୧୮।୧୨: ଆଫଗାନିସ୍ତାନ ରାଜଧାନୀ କାବୁଲର ଉତ୍ତରରେ ଥିବା ସଲଙ୍ଗ ଟନେଲ୍‌ରେ ଏକ ଇନ୍ଧନ ଟ୍ୟାଙ୍କର ଶନିବାର ରାତିରେ ବିସ୍ଫୋରଣ ହେବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। କେତେଜଣ ଭଗ୍ନାବଶେଷ ତଳେ ପୋତିହୋଇପଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୬୦ ଦଶକରେ ସୋଭିଏଟ୍‌ ଆକ୍ରମଣକୁ ସହାୟତା ପାଇଁ କାବୁଲଠାରୁ ୮୦ ମାଇଲ ଦୂରରେ ଏହି ଟନେଲ ନିର୍ମାଣ ହୋଇଥିଲା।

Share