Categories: ଜାତୀୟ

ଅମୃତସର ବିମାନ ବନ୍ଦରରେ ଧରାପଡ଼ିଲେ ପଳାତକ ଅମୃତପାଲଙ୍କ ସ୍ତ୍ରୀ…

ଅମୃତସର,୨୦।୪ : ପଞ୍ଜାବରେ ପଳାତକ ଘୋଷିତ ତଥା ଦେଶର ମୋଷ୍ଟ ଓ୍ବାଣ୍ଟେଡ ଖାଲିସ୍ତାନୀ ସମର୍ଥକ ଅମୃତପାଲଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ଗୁରୁବାର ଲଣ୍ଡନ ଯିବାବେଳେ ଅମୃତସର ବିମାନ ବନ୍ଦରରେ ପୋଲିସ ଗିରଫ କରିଛି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିରଣଦୀପ କୌର ଅମୃତସର ବିମାନ ବନ୍ଦରରୁ ବର୍ମିଂହାମ ଅଭିମୁଖେ ପଳାଇବାକୁ ଚେଷ୍ଟା କରୁଥିଲେ। ଏ ସମ୍ପର୍କରେ ସେ ଅମୃତସର ବିମାନବନ୍ଦରରେ ପହଞ୍ଚିଥିଲେ ମଧ୍ୟ ଗୁପ୍ତ ସୂଚନା ଆଧାରରେ ବିମାନବନ୍ଦରରେ ଉପସ୍ଥିତ ଥିବା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ସୂଚନାଯୋଗ୍ୟ, ଖାଲିସ୍ତାନୀ ସମର୍ଥକଙ୍କୁ କିରଣଦୀପ କୌର ପାଣ୍ଠି ଯୋଗାଉଥିବା ଅଭିଯୋଗ କରାଯାଇଛି।

Share