Categories: ଜାତୀୟ

ପଳାତକ ଚୋକ୍‌ସି ଆଣ୍ଟିଗୁଆରୁ ଫେରାର୍‌…

ନୂଆଦିଲ୍ଲୀ,୨୫।୫: କୋଟି କୋଟି ଟଙ୍କାର ବ୍ୟାଙ୍କ ଅର୍ଥ ହେର୍‌ଫେର୍‌ କରିଥିବା ପଳାତକ ଘୋଷିତ ହୋଇଥିବା ମେହୁଲ ଚୋକ୍‌ସି ଆଣ୍ଟିଗୁଆରୁ କୌଣସି ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି। ସେ କ୍ୟୁବାକୁ ଯାଇଥିବାର ସନ୍ଦେହ କରାଯାଉଛି। ଚୋକ୍‌ସିଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ସମସ୍ତ କାର୍ଯ୍ୟ ଶେଷ ହୋଇଥିଲା। ତେବେ ଭୟରେ ଚୋକ୍‌ସି ଆଣ୍ଟିିଗୁଆ ଛାଡ଼ି ଅନ୍ୟତ୍ର ପଳାଇଛନ୍ତି। ଡିନର ପାଇଁ ଘରୁ ବାହାରିଥିବା ଚୋକ୍‌ସି ଆଉ ଘରକୁ ଫେରି ନ ଥିବା କୁହାଯାଉଛି। ଏନେଇ ଆଣ୍ଟିଗୁଆ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତାଙ୍କର କାର୍‌ ଜୋଲି ହାର୍ବର ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଠିଆ ହୋଇଥିବା ବେଳେ ପୋଲିସ ଏହାକୁ ଜବତ କରିଛି। ସୂଚନାଯୋଗ୍ୟ, ୨୦୧୮ରେ ଆଣ୍ଟିଗୁଆ ପଳାୟନ କରିବା ପୂର୍ବରୁ ଚୋକ୍‌ସିଙ୍କ ବିରୋଧରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩,୫୭୮ କୋଟି ଟଙ୍କା ହେର୍‌ଫେର୍‌ କରିବା ଅଭିଯୋଗ ହୋଇଥିଲା। ସେହିପରି ସେ ୭,୦୮୦ କୋଟି ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ଆସିଥିଲା।

Share