ପଳାତକ ଚୋକ୍‌ସିଙ୍କ ଜାମିନ ଆବେଦନ ଖାରଜ…

ଡୋମିନିକା,୩।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ବ୍ୟାପକ ଅର୍ଥ ହେର୍‌ଫେର୍‌ କରି ବିଦେଶରେ ଲୁଚି ବସିଥିବା ପଳାତକ ମେହୁଲ୍‌ ଚୋକ୍‌ସିଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି। ସାମ-ଦାମ-ଦଣ୍ଡ-ଭେଦ ନୀତି ଆପଣେଇ ପ୍ରତ୍ୟର୍ପଣରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ଚୋକ୍‌ସିଙ୍କୁ ଏହାଦ୍ୱାରା ବଡ଼ ଝଟ୍‌କା ଲାଗିଛି। ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବା ମାମଲାରେ ସେ କରିଥିବା ଜାମିନ୍‌ ଆବେଦନକୁ ସ୍ଥାନୀୟ କୋର୍ଟ ନାମଞ୍ଜୁର କରି ଦେଇଛନ୍ତିି। ମାମଲାର ଶୁଣାଣି ସମୟରେ କୋର୍ଟରେ ଚୋକ୍‌ସି ହ୍ବିଲଚେୟାରରେ ବସି ଉପସ୍ଥିତ ଥିଲେ। ଏବେ ଚୋକ୍‌ସି ଉପର ଅଦାଲତରେ ଅପିଲ୍‌ କରିବେ ବୋଲି ତାଙ୍କ ଆଇନଜୀବୀ ବିଜୟ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।

Share