Advertisement

ଆଗ ଦାବି ପୂରଣ କର, ନଚେତ୍‌ ଭୋଟ ବର୍ଜନ

ଦେବଗଡ଼,୨୩ା୧(ଡି.ଏନ୍‌.ଏ): ଦାବି ପୂରଣ ହେଉ ନ ଥିବାରୁ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ପାଳକୁଦ ପଞ୍ଚାୟତବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦେବଗଡ଼ ଜିଲା ସଦର ମହକୁମାରେ ସ୍ଥାପିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟାଳୟକୁ ତିଲେଇବଣି ସ୍ଥାନାନ୍ତର, ମୋବାଇଲ ଟାୱାର ନିର୍ମାଣ ସହ ଇଣ୍ଟରନେଟ୍‌ ବ୍ୟବସ୍ଥା ଏବଂ ଆଦିବାସୀ ଓ ବନବାସୀଙ୍କୁ ସାମୂହିକ ଭାବେ ଜଙ୍ଗଲ ଜମିପଟ୍ଟା ଆଦି ଦାବି ପ୍ରଦାନ କରାଯାଇଛି। ଲୁଇସ ଟପ୍ପୋ, ଗୋବର୍ଦ୍ଧନ ପ୍ରଧାନ, ଉପେନ୍ଦ୍ର କୁମୁରା, ସନ୍ତୋଷ ମାଝୀ ଓ କୁଶବନ୍ତ ଅର୍କଙ୍କ ନେତୃତ୍ୱରେ ପାଳକୁଦର ପଞ୍ଚାୟତବାସୀ ଦେବଗଡ଼ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ୱାର୍ଡ ସଦସ୍ୟ, ସରପଞ୍ଚ ଏବଂ ସମିତି ସଦସ୍ୟ ଆସନ ନିମନ୍ତେ ଦାଖଲ କରାଯାଇଥିବା ପ୍ରାର୍ଥତ୍ପତ୍ରଗୁଡିକ ପ୍ରତ୍ୟାହାର କରାଯିବ ବୋଲି ମଧ୍ୟ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଦାବିଗୁଡିକ ପୂରଣ ପାଇଁ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଶ୍ୱାସନା ଛଡା କୌଣସି ସୁଫଳ ମିଳୁ ନ ଥିବାରୁ ଅଞ୍ଚଳବାସୀ ସାମୂହିକ ଭାବେ ଏଭଳି ନିଷ୍ପତ୍ତି ନେଇଥିବା ଉକ୍ତ ଚେତାବନୀ ପତ୍ରରେ ଦର୍ଶାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share