Categories: ଜାତୀୟ

କନ୍ୟାଙ୍କ ଇଚ୍ଛା ପୂରଣ କରିବାକୁ ଏମିତି କଲେ ବର, ଖର୍ଚ୍ଚ ହେଲା…

ଜୟପୁର,୨୯।୪: ରାଜସ୍ଥାନର ଭରତପୁରରୁ ଭିନ୍ନ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି କନ୍ୟାଙ୍କ ସ୍ବପ୍ନ ପୂରା କରିବାକୁ ହେଲିକପ୍ଟରରେ ଶ୍ୱଶୁର ଘରେ ପହଞ୍ଚିଲେ ବର। ବିବାହ ସମ୍ପନ୍ନ ପରେ ବରକନ୍ୟା ହେଲିକପ୍ଟରରେ ଫେରି ଯାଇଛନ୍ତି। ଏହି ନିଆରା ବିବାହ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି।

ନଦବଇ ଥାନା ଅଞ୍ଚଳର କରୋଲି ଗାଁର ରମା ନାମକ ଯୁବତୀ ରାୟପୁରର ଶ୍ରୀରାମଙ୍କ ସହ ବିବାହ ହୋଇଥିଲା। ଏହି ବିବାହ ବେଶ୍‌ ଧୂମ୍‌ଧାମରେ ସମ୍ପନ୍ନ ହୋଇଥିଲା। ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି।

କନ୍ୟା ନିଜର ଭାବିସ୍ବାମୀଙ୍କୁ କହିଥିଲେ, କି ଯଦି ମୁଁ ଶାଶୁଘର ଯିବି ତେବେ ହେଲିକପ୍ଟରରେ। କନ୍ୟାଙ୍କ କଥା ରକ୍ଷା କରି ବର ହେଲିକପ୍ଟରରେ ଉଡ଼ି ଶ୍ୱଶୁର ଘରକୁ ଆସି ରମାଙ୍କୁ ବିବାହ କରିଥିଲେ।

ଶ୍ରୀରାମ ଡାକ ବିଭାଗର ଜଣେ ସରକାରୀ କର୍ମଚାରୀ। ସେ ରମାଙ୍କ ଇଚ୍ଛା ପୂରଣ କରିବା ପାଇଁ ହେଲିକପ୍ଟର ବ୍ୟବସ୍ଥା କରିଥିଲେ। ଏଥିରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Share