ନୂଆଦିଲ୍ଲୀ,୪।୧୧: ଛାଡ଼ପତ୍ର ଅବା ପାରିବାରିକ ମାମଲାରେ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ମାମଲାର ବିଚାର ସମୟରେ ଉଭୟପକ୍ଷଙ୍କୁ ଆୟର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀ ମିଳିବା ପରେ ଭରଣପୋଷଣ ଉପରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି। ଏହି ମାର୍ଗଦର୍ଶିକାକୁ ହାଇକୋର୍ଟଗୁଡ଼ିକୁ ପାଳନ କରିବା ନେଇ ସୁପ୍ରିମ୍କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଇନ୍ଦୁ ମାଲହୋତ୍ରା ଏବଂ ସୁଭାଷ ରେଡ୍ଡୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଭରଣ ପୋଷଣ ମାମଲା ସମ୍ପର୍କରେ ଏହି ରାୟ ଦେଇଛନ୍ତି। ଏନେଇ ବିସ୍ତୃତ ମାର୍ଗଦର୍ଶିକା ଭରଣପୋଷଣର ସମୟସୀମା, ପରିମାଣ ଏବଂ ଅନ୍ୟ ସମ୍ପର୍କିତ ସ୍ଥିତି ଆଧାରରେ ଜାରି ହୋଇଛି।
Posted inଜାତୀୟ