ଓଭର୍ସାଇଜ୍ଡ ସନ୍ଗ୍ଲାସ୍ ବେଶ୍ ଫ୍ୟାଶନେବୁଲ୍ ଲାଗେ। ତେବେ ZGHYBD ନାମକ ଏକ ଜାପାନୀ କମ୍ପାନୀ ସନ୍ଗ୍ଲାସ୍ ଫ୍ୟାଶନରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି। ଆଉ ତିଆରି କରିଛି ଏମିତି ଏକ ସନ୍ଗ୍ଲାସ୍ ଯାହା ପୂରା ଫେସ୍୍କୁ କଭର୍ କରିଥାଏ। ଏହା ଫେସ୍୍ସିଲ୍ଡ ପରି କାମ କରିବା ସହ ଏଥିରେ ଥିବା ବଡ଼ ପୋଲାରାଇଜ୍ଡ ଲେନ୍ସ ଯାହାକି ଏକ ଫ୍ରେମ୍ରେ ଥାଏ ଆଉ ଏହାକୁ ସନ୍ଗ୍ଲାସ୍ ପରି କାନରେ ପିନ୍ଧି ହୁଏ। ଏହାକୁ ଏକ ଫ୍ୟାଶନ ଆସେସରୀଭାବେ ତିଆରି କରାଯାଇଛି। ଏହାକୁ ପିନ୍ଧିଲେ ଆଖି ସହ ନାକ, ପାଟି ବି କଭର୍ ହୋଇଯାଏ। ହାଈ କ୍ୱାଲିଟିର ପଲିକାର୍ବୋନେଟ୍ରେ ଏହାକୁ ତିଆରି କରାଯାଇଛି। ଏହାର ଆକାର ୧୬.୫ x ୧୪.୨ ସେ.ମି.। ଏଥିରେ ଆଣ୍ଟିଫଗ୍ ପ୍ରପର୍ଟି ଥିବା ସହ ଏହା ଓ୍ବିଣ୍ଡପ୍ରୁଫ୍ ଓ ଡଷ୍ଟପ୍ରୁଫ୍ ମଧ୍ୟ। ଅନ୍ୟ ସନ୍ଗ୍ଲାସ୍ ପରି ଏହା ୟୁଭି ପ୍ରୋଟେକ୍ସନ ବି ଦେଇଥାଏ। ସମ୍ପୂର୍ଣ୍ଣ ମୁହଁ କଭର୍ ହେଉଥିବାରୁ ପୂରା ମୁହଁକୁ ଅତିବାଇଗଣୀ ରଶ୍ମୀଠାରୁ ସୁରକ୍ଷା ମିଳେ। ତେଣୁ ଏହାକୁ ପିନ୍ଧିଲେ ମୁହଁରେ ସନ୍ସ୍କ୍ରିନ୍ ଲୋଶନ୍ ଲଗାଇବାକୁ ପଡିବନି। ଖାସ୍କରି ସେଲିବ୍ରିଟିଙ୍କ ପାଇଁ ଏହା ବେଶି ପ୍ରଯୁଜ୍ୟ। କାରଣ ଏହା ସେମାନଙ୍କ ମୁହଁକୁ ସୁରକ୍ଷା ଦେବା ସହ ମୁହଁ ସମ୍ପୂର୍ଣ୍ଣଭାବେ କଭର୍ ହେଉଥିବାରୁ ଜନଗହଳିରେ ସେମାନେ ଆରାମରେ ଯାଇପାରିବେ।