ନୂଆଦିଲ୍ଲୀ,୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁରେ ମେଗା ଅକ୍ଶନ ହେବ। ଖେଳାଳିଙ୍କ ସର୍ବାଧିକ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରଖାଯାଇଛି। ଏହି ବେସ୍ ପ୍ରାଇସ୍ରେ ମୋଟ ୪୮ ଖେଳାଳି ସ୍ଥାନ ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୧୭ ଭାରତୀୟ।
ଏହି ତାଲିକାରେ ସ୍ଥାନ ପାଇଥିବା ଖେଳାଳି ମାନେ ହେଲେ ରବିଚନ୍ଦ୍ରନ ଅଶ୍ୱିନ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ମହମ୍ମଦ ଶାମି, ଦେବଦତ୍ତ ପାଡିକଲ, ସୁରେଶ ରାଇନା, ରବିନ ଉଥପ୍ପା, କ୍ରୁନାଲ ପାଣ୍ଡ୍ୟା, ହର୍ଶଲ ପଟେଲ, ଦୀନେଶ କାର୍ତ୍ତିକ, ଇଶାନ କିଷନ, ଅମ୍ବାତି ରାୟୁଡୁ, ଦୀପକ ଚହର, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ ଓ ୟୁଜବେନ୍ଦ୍ର ଚହଲ।