Categories: ଜାତୀୟ

ଶେଷ ହେଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୱାର୍କ ଫ୍ରମ ହୋମ

ନୂଆଦିଲ୍ଲୀ,୭ ।୨: କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ସୋମବାରଠାରୁ ୧୦୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରାଯିବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ମହାମାରୀର ସ୍ଥିତିକୁ ନେଇ ରବିବାର ସମିକ୍ଷା କରାଯିବା ପରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗିଥିବାରୁ ଅର୍ଥାତ୍ ସଂକ୍ରମଣ କମି ଯାଇଥିବାରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ପୂର୍ଣ୍ଣ ଉପସ୍ଥାନ ଲାଗୁ କରାଯାଇଛି । ଏଥିରେ ସମସ୍ତ ସ୍ତରର କର୍ମଚାରୀ ସମ୍ପୂର୍ଣ୍ଣ ଭାବେ ଉପସ୍ଥିତ ରହିବେ । ଅନ୍ୟପଟେ ଉତ୍ତର ପ୍ରଦେଶ ସରକାର ସୋମବାରଠାରୁ ସ୍କୁଲ କଲେଜ ଖୋଲି ଦେବାକୁ ଘୋଷଣା କରିଛନ୍ତି ।

Share