
ମୁମ୍ବାଇ,୨୧।୧: ସ୍ମାର୍ଟ ବଜାରର ବହୁ ପ୍ରତୀକ୍ଷିତ ଅଫର ‘ଫୁଲ୍ ପଇସା ଅସୁଲ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନର ଏହି ଦରଦାମ ବୃଦ୍ଧି (ମେହେଙ୍ଗାଇକା ମିଟର) ସମୟରେ ଗ୍ରାହକଙ୍କୁ କିଛି ପରିମାଣର ରିହାତି ମିଳିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟକୁ ଏହି ଅଫର ବିଶେଷ ଭାବେ ସୁଲଭ କରିଥାଏ। ଏହି ଅଫର ୨୦୨୫ ଜାନୁୟାରୀ ୨୨ରୁ ୨୬ ପର୍ଯ୍ୟନ୍ତ ସମସ୍ତ ସ୍ମାର୍ଟ ବଜାରରେ ଉପଲବ୍ଧ ରହିଛି। ଏହି ୫ ଦିନିଆ ସେଲରେ ଗ୍ରାହକ ଆକର୍ଷଣୀୟ ରିହାତି ପାଇପାରିବେ। ରିଲାଏନ୍ସ ସ୍ମାର୍ଟ ବଜାରର ସମସ୍ତ ଷ୍ଟୋରରେ ଗ୍ରାହକ ୫କେଜି ଚାଉଳ ଏବଂ ୩ ଲିଟର ଖାଇବା ତେଲ ମାତ୍ର ୭୯୯ ଟଙ୍କାରେ କ୍ରୟ କରିପାରିବେ। ଏପରିକି ୩ଟି ଥଣ୍ଡାଜାତୀୟ ଉତ୍ପାଦ (କୋଲ୍ଡ୍ରିଙ୍କ୍ସ) କିଣିଲେ ଆଉ ଗୋଟିଏ ଥଣ୍ଡା ସମ୍ପୂର୍ଣ୍ଣ ମାଗଣା (ବାଏ ୩ ଗେଟ ୧ ଫ୍ରି) ପାଇପାରୁଥିଲାବେଳେ ୨ଟି ବିସ୍କୁଟ କିଣିଲେ ଗୋଟିଏ ବିସ୍କୁଟ ସମ୍ପୂର୍ଣ୍ଣ ମାଗଣା (ବାଏ ୨ ଗେଟ ୧ ଫ୍ରି) ଏବଂ ଡିଟରଜେଣ୍ଟ ଉପରେ ୩୩%ର ଆକର୍ଷଣୀୟ ରିହାତି ସମ୍ପୃକ୍ତ ଷ୍ଟୋର ପକ୍ଷରୁ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି।