Categories: ବାଣିଜ୍ୟ

ଆଜିଠାରୁ ସ୍ମାର୍ଟ ବଜାରରେ ‘ଫୁଲ୍‌ ପୈସା ବସୁଲ୍‌ ସେଲ୍‌’

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ରିଲାଏନ୍ସ ସ୍ମାର୍ଟ ବଜାରରେ ଶନିବାରଠାରୁ ‘ଫୁଲ୍‌ ପୈସା ବସୁଲ୍‌ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସ୍ବତନ୍ତ୍ର ସେଲ୍‌ ଚଳିତ ଜାନୁୟାରୀ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍ମାର୍ଟ ବଜାରରେ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଏବଂ ସ୍ମାର୍ଟ ପଏଣ୍ଟ ଷ୍ଟୋରଗୁଡ଼ିକରେ ଉପଲବ୍ଧ। ସେହିଭଳି କମ୍ପାନୀର ଆକର୍ଷଣୀୟ ଏହି ଅଭିଯାନ ପୁଣି ଥରେ ଗ୍ରାହକଙ୍କ ପାଇଁ ଫେରିଥିବା ଜଣାପଡ଼ିଛି। ଏହି ସେଲ୍‌ ଜରିଆରେ ଗ୍ରାହକମାନେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ସାଙ୍ଗକୁ ପ୍ୟାକେଜଡ୍‌ ଫୁଡ୍‌, ହୋମ୍‌ ଆଣ୍ଡ ପର୍ସନାଲ କେୟାର, ଦୁଗ୍ଧଜାତ ସାମଗ୍ରୀ,ପୋଷାକ, ହୋମ୍‌ଓ୍ବେର ଏବଂ କ୍ଷୁଦ୍ର ଆପ୍ଲାଏନ୍ସଗୁଡ଼ିକରେ ଆକର୍ଷଣୀୟ ରିହାତି ଏବଂ ଅଫର ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିପରି ବିସ୍କୁଟ,କୋଲ୍‌ଡଡ୍ରିଙ୍କ୍‌ସ,ଶାମ୍ପୁ, ସାବୁନ ଏବଂ ଟୁଥ୍‌ପେଷ୍ଟ ଆଦିରେ ୫୦% ପର୍ଯ୍ୟନ୍ତ ରିହାତି ଥିବାବେଳେ ୫କିଲୋ ଚାଉଳ ଏବଂ ୫ ଲିଟର ତେଲ କମ୍ବୋ ପ୍ୟାକ ମାତ୍ର ୧୦୯୯ ଟଙ୍କାରେ ଗ୍ରାହକମାନେ ପାଇପାରିବେ। ଏପରିକି ପୁରୁଷ, ମହିଳା ଓ ଶିଶୁମାନଙ୍କ ପୋଷାକ ସମ୍ଭାରରେ ସର୍ବନିମ୍ନ ୫୦% ରିହାତି ରହିଛି। ବିଶେଷକରି ୬୯୯ ଟଙ୍କାରେ ଡବଲ ବେଡ୍‌ସିଟ୍‌,୧୯୯୯ ଟଙ୍କାରେ ୩ ବର୍ନର ଗ୍ୟାସ୍‌ ଷ୍ଟୋଭ ଏବଂ ଆହୁରି ଅନେକ କିଛି ସୁବିଧା ଓ ସାମଗ୍ରୀ ଉପରେ ମଧ୍ୟରେ ଅଫର ଉପଲବ୍ଧ ରହିଥିବା ସ୍ମାର୍ଟ ବଜାର ପକ୍ଷରୁ କୁହାଯାଇଛି।

Share