Categories: ଜାତୀୟ

ପାକିସ୍ତାନ ପଠାଉଛି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଷ୍ଟିକି ବୋମା, ଦୁଇଟି ତାର ଯୋଡିଲେ ହେବ ବିସ୍ଫୋରଣ

ଜମ୍ମୁ,୧ ।୬: ପାକିସ୍ତାନ ଷ୍ଟିକି ବୋମା ଜରିଆରେ ଜମ୍ମୁ-କଶ୍ମୀରରେ ବଡ ଧରଣର ବିସ୍ଫୋରଣ ଯୋଜନାରେ ରହିଥିବା ଜଣାପଡିଛି । ଏଥିପାଇଁ ଏବେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଷ୍ଟିକି ବୋମା ପଠାଇଛି । କଠୁଆରେ ମିଳିଥିବା ଷ୍ଟିକି ବୋମା ଯାଞ୍ଚରୁ ଏହି ସୂଚନା ମିଳିଛି । ଆରଡିଏକ୍ସଠାରୁ କମ୍ ଶକ୍ତିଶାଳୀ ଏହି ବୋମାକୁ ପ୍ରଥମଥର ଷ୍ଟିଲ କଭରରେ ପ୍ରସ୍ତୁତ କରାଯାଇଛି । କେବଳ ଚୁମ୍ବକ ଲଗାଇବାକୁ ଏଥିରେ ୩ ଇଞ୍ଚର ଜାଗା ଛଡାଯାଇଛି । ଏହି ବୋମା ସୁରକ୍ଷାକର୍ମୀ ଅଥବା ସାଧାରଣ ନାଗରିକଙ୍କ ଗାଡିରେ ଲଗାଇବାର ୧୦ ମିନିଟ ମଧ୍ୟରେ ବିସ୍ଫୋରଣ ହେବା ସହ ଏହାର ଥୋପଡି ଉଡାଇଦେବ । ତେବେ ଏହି ଷ୍ଟିକି ବୋମା ମାଧ୍ୟମରେ କୌଣସି ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ ବରଂ ସିରିଜ ବିସ୍ଫୋରଣ ପାଇଁ ଯୋଜନା ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, କଠୁଆରେ ମିଳିଥିବା ଷ୍ଟିକି ବୋମାଟି ଏକ ଷ୍ଟିଲ କଭରରେ ରଖାଯାଇଥିଲା । ଏଥିରେ କେବଳ ଦୁଇଟି ତାର ଥିଲା ଯାହାକୁ ଯୋଡିଲେ ମାତ୍ର ୧୦ ମିନିଟ ମଧ୍ୟରେ ବିସ୍ଫୋରଣ ହେବ । ଏଥିରେ ଆରଡିଏକ୍ସ ଭର୍ତ୍ତି କରାଯାଇଛି । କାରଣ ବିସ୍ଫୋରଣ ପରେ ଏହା ଅଧିକ ଅଞ୍ଚଳରେ କ୍ଷତି ଘଟାଇପାରିବ । ଏଥିରେ ୧୦ ମିନିଟର ଟାଇମର ବି ରହିଛି । ଦୁଇଟି ତାରକୁ ଯୋଡିବା ପରେ ଏହାର କାଉଣ୍ଟଡାଉନ ଆରମ୍ଭ ହୋଇଯିବ । ରାଜବାଗରୁ ମିଳିଥିବା ଏହି ବୋମା ବ୍ୟବହାର କରି ଖୁବଶୀଘ୍ର ଜମ୍ମୁ ସହର ଅବା ଏହା ନିକଟରେ ବିସ୍ଫୋରଣ ଯୋଜନା ରହିଥିବା ଅନୁମାନ କରାଯାଉଛି ।

Share