ଭାକ୍ସିନ ଡୋଜ୍‌ ସମ୍ପୂର୍ଣ୍ଣ କରିଥିଲେ ମାସ୍କ ପିନ୍ଧିବା ଅନାବଶ୍ୟକ: ସିଡିସି

ୱାଶିିଂଟନ,୧୪।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ କରୋନା ଟିକାକରଣକୁ ତ୍ୱରାନିତ କରିଛନ୍ତି। ଇତିମଧ୍ୟରେ ଆମେରିକାରୁ ଏକ ବଡ଼ ଖବର ଆସିଛି। କରୋନା ଭାକ୍ସିନ ଡୋଜ୍‌ ସମ୍ପୂର୍ଣ୍ଣ କରିଥିବା ବ୍ୟକ୍ତିମାନଙ୍କୁ ଆଉ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ‘ସେଣ୍ଟର୍‌ ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ’(ସିଡିସି)ପକ୍ଷରୁ କୁହାଯାଇଛି। ଏଥିସହ ବିନା ମାସ୍କରେ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା ନ କରି କାର୍ଯ୍ୟକଳାପ ମଧ୍ୟ ଆରମ୍ଭ କରିପାରିବେ। ଏହି ପରାମର୍ଶ ଉଭୟ ଘର ଓ ବାହାର ପାଇଁ ପ୍ରାଯୁଜ୍ୟ। ହେଲେ ଏହି ସବୁ ନିୟମ ସେହି ସ୍ଥାନରେ ହିଁ ଲାଗୁ ହୋଇପାରିବ ଯେଉଁଠି ସମସ୍ତ ଲୋକ ଟିକାକରଣର ଡୋଜ୍‌ ସମ୍ପୂର୍ଣ୍ଣ କରିସାରିଥିବେ। ଅନ୍ୟପଟେ ଯେଉଁସ୍ଥାନରେ ଏବେ ବି ଟିକାକରଣ ଚାଲିଛି ଏବଂ ସରକାର କଟକଣା ଜାରି ରଖିଛନ୍ତି ସେଠାରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ସିଡିସିର ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ଅପରପକ୍ଷେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସିଡିସିର ଏହି ନିଷ୍ପତ୍ତିକୁ ବେଶ୍‌ ପ୍ରଶଂସା କରିଛନ୍ତି। ବହୁ କମ୍‌ ସମୟ ମଧ୍ୟରେ ଦେଶରେ ଟିକାକରଣ କରାଯାଇଛି। ଏହା ଏକ ବଡ଼ ଉପଲବ୍ଧି ବୋଲି ବାଇଡେନ କହିଛନ୍ତି।

Share