ସ୍ବିସ୍‌ ବ୍ୟାଙ୍କ୍‌ରେ ୨୦ ହଜାର କୋଟି ଟପିଲା ଭାରତୀୟଙ୍କ ଜମାରାଶି

ନୂଆଦିଲ୍ଲୀ,୧୭।୬: ସ୍ବିସ୍‌ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ ଜମାରାଶି ୨୦୨୦ ବର୍ଷ ସୁଦ୍ଧା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଦେଶର ବ୍ୟକ୍ତିବିଶେଷ ଓ ଫାର୍ମ କମ୍ପାନୀଙ୍କ ଆକାଉଣ୍ଟରେ ଥିବା ଅର୍ଥ ମଧ୍ୟ ସାମିଲ ରହିଛି। ସୁଇଜରଲାଣ୍ଡର ସେଣ୍ଟ୍ରାଲ ବ୍ୟାଙ୍କ୍‌ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି।

୨୦୧୯ ବର୍ଷ ଶେଷ ସୁଦ୍ଧା ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ୬,୬୨୫ କୋଟି ଟଙ୍କାର ଜମାରାଶି ପହଞ୍ଚି ଥିଲା। ତେବେ ୨୦୦୬ରେ ସର୍ବାଧିକ ୬.୫ ବିଲିୟନରେ ପହଞ୍ଚିଥିଲା ଭାରତୀୟଙ୍କ ଜମାରାଶି। ଏହା ପରଠାରୁ ଭାରତୀୟଙ୍କ ଜମାରାଶିର ପରିମାଣରେ ପ୍ରାୟତଃ ହ୍ରାସ ଘଟିଥିଲା। କେବଳ ୨୦୧୧, ୨୦୧୩ ଓ ୨୦୧୭ରେ ଦେଖାଦେଇଥିଲା ଏହି ଧାରାରେ ବ୍ୟତିକ୍ରମ। ଏହା ସୁଇସ ନ୍ୟାଶନାଲ ବ୍ୟାଙ୍କ(ଏସ୍‌ଏନ୍‌ବି)ର ତଥ୍ୟରୁ ଜଣାପଡ଼ିଛି।

Share