ଲକ୍ଷ୍ନୌ,୮।୫: ଏଣିକି କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନିଶୁଳ୍କ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଜାରି କରିଛନ୍ତି। ସହର ଅବା ଗ୍ରାମୀଣ ଅଞ୍ଚଳରେ ଥିବା ସମସ୍ତ ଶ୍ମଶାନ ଏହି ସୁବିଧା ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ରାଜ୍ୟର ବିଭିନ୍ନ ଶ୍ମଶାନରେ ଅନ୍ତିମ ସଂସ୍କାର ଲାଗି ଧାର୍ଯ୍ୟ ହୋଇଥିବା ଟଙ୍କାଠାରୁ ଅଧିକ ନିଆ ଯାଉଥିବା ଅଭିଯୋଗ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।