ପାର୍କରେ ହେବ ଅନ୍ତିମ ସଂସ୍କାର: ପ୍ରଶାସନର ନିଷ୍ପତ୍ତି…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଶ୍ମଶାନରେ ମୃତକଙ୍କ ଅନ୍ତିିମ ସଂସ୍କାର କରିବା ଲାଗି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ଏବେ ପାର୍କରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଦିଲ୍ଲୀର ସରାଇ କାଲେ ଖାଁ ଅଞ୍ଚଳର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୃତଦେହ ସଂସ୍କାର ଲାଗି ଏଠାରେ ଥିବା ପାର୍କରେ ଏବେ ଜୁଇ ପିଣ୍ଡି ନିର୍ମାଣ କରାଯାଉଛି। ଇତିମଧ୍ୟରେ ୨୦ଟି ପିଣ୍ଡି ନିର୍ମିତ ହୋଇ ସାରିଛି। ଅନ୍ୟ ୫୦ଟି ପିଣ୍ଡିର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଅନ୍ତିମ ସଂସ୍କାର ପାଇଁ କାଠର ଘୋର ଅଭାବ ଦେଖାଦେଇଥିବାରୁ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।

Share