ଚାଷ ଜମିରେ ହେବ ଅନ୍ତିମ ସଂସ୍କାର: ସରକାରଙ୍କ ନିର୍ଦ୍ଦେଶ…

ବେଙ୍ଗାଲୁରୁ,୨୨।୪: କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ, କବରସ୍ତାନରେ ସମସ୍ୟା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି କର୍ନାଟକ ସରକାର ଚାଷ ଜମିରେ ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଗତ କିଛି ଦିନ ଧରି ବେଙ୍ଗାଲୁରୁରେ ଥିବା ୧୩ ଶ୍ମଶାନ ଘାଟ ଏବଂ ବିଭିନ୍ନ କବରସ୍ତାନ ବାହାରେ ମୃତଦେହର ଲମ୍ବା ଲାଇନ ଲାଗି ରହିଛି। ତେଣୁ ସରକାର ମୃତକଙ୍କ ଅନ୍ତିମ ସଂସ୍କାର ତାଙ୍କ ପରିବାରର ଚାଷ ଜମିରେ କରିବା ଲାଗି ଅନୁମତି ଦେଇଥିବା ରାଜସ୍ବ ସଚିବ ଏନ୍‌. ମଞ୍ଜୁନାଥ ପ୍ରସାଦ ସୂଚନା ପ୍ରଦାନ କରିଛନ୍ତି।

Share