ଆଜିକାଲି ବିଭିନ୍ନ ପ୍ରକାରର ଫ୍ୟାଶନ ଟ୍ରେଣ୍ଡ୍ କରୁଛି। ବେଳେବେଳେ ଏମିତି ଫ୍ୟାଶନ ଟ୍ରେଣ୍ଡ୍ ଦେଖିବାକୁ ମିଳେ ଯେ, ଲୋକେ ହସ ରୋକିପାରିବେ ନାହିଁ। ଖାଲି ଯେ ଝିଅମାନେ ଫ୍ୟାଶନ ପ୍ରିୟ ତାହା ନୁହେଁ, ଆଜି କାଲି ପୁଅମାନଙ୍କ ଷ୍ଟାଇଲ୍ ଦେଖିଲେ ଆଖି ଲାଖିଯିବ। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବାଳକର ଅଜବ ହେୟାର ଷ୍ଟାଇଲ୍ ଦେଖିବାକୁ ମିଳିଛି।
ଫେସବୁକ୍ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବାଳକ ପାର୍ଲରରେ ହେୟାର ଷ୍ଟାଇଲ କରୁଥିବା ଦେଖିବାକୁ ମିଳିଛି। ପିଲାଟି ତାର ଲମ୍ବା କେଶ ଉପରେ ପ୍ରଥମେ ପରୀକ୍ଷା କଲା। ଏଥିପାଇଁ ସେ କେଶ କାଟିଲେ ଏବଂ କେବଳ ଲମ୍ବା ସ୍ତରକୁ ଉପରେ ଛାଡ଼ିଦେଲେ। ତା’ପରେ ରୋଲର୍ସ ସାହାଯ୍ୟରେ ତାଙ୍କ କେଶକୁ ପକ୍ଷୀର ଡେଣା ପରି ମୋଡ଼ାଗଲା। ଯେତେବେଳେ ଲୋକେ ବାଳକଟିର ହେୟାର ଷ୍ଟାଇଲର ଶେଷ ଫଳାଫଳ ଦେଖିଲେ, ହସିହସି ଗଡ଼ିଲେ।
ଫେସ୍ବୁକ୍ରେ ଅନେକ ଲୋକ ଏହା ଉପରେ ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ପିଲାଟିର ପକ୍ଷୀ ପରି ଉଡ଼ିବା ଉଚିତ୍। ସେହିପରି ଆଉ ଜଣେ ଲେଖିଛନ୍ତି, ଏହାକୁ ଫ୍ୟାଶନ ନାମରେ ନିଜକୁ ପରିହାସ କରିବା କୁହାଯାଏ। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ଲକ୍ଷେରୁ ଅଧିକ ଥର ଦେଖାସରିଲାଣି।