ଲଞ୍ଚ ହେଲା ଫିଲ୍ମ ‘ମୋଦି ଜି କି ବେଟି’ର ମଜାଦାର ଟ୍ରେଲର

ମୁମ୍ବାଇ: ଏକ ଭିନ୍ନ ଧରଣର ମଜାଦାର କମେଡି ଫିଲ୍ମ ‘ମୋଦି ଜି କି ବେଟି’ର ଟ୍ରେଲର ସୋମବାର ମୁମ୍ବାଇର ଅନ୍ଧେରୀ ସ୍ଥିତ ପିବିଆର ଆଇକନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି । ଉଲ୍ଲେଖନୀୟ, ଏହି ଫିଲ୍ମର ସମସ୍ତ କଳାକାର ଫିଲ୍ମ ନିର୍ମାଣ ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷ ଓ କେତେଜଣ ନାମିଦାମୀ ବ୍ୟକ୍ତିତ୍ୱ ଏହି ଅବସରରେ ଉପସ୍ଥିତ ଥିଲେ । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ଏହାର କିଛି ଗୀତ ଗଣମାଧ୍ୟମକୁ ଦେଖାଯାଇଥିଲା ।
ଫିଲ୍ମ ‘ମୋଦି ଜି କି ବେଟି’ର ଟ୍ରେଲର ଲଞ୍ଚ ସମୟରେ ଫିଲ୍ମର କଳାକାର ଅବନି ମୋଦି, ପିତବାସ, ବିକ୍ରମ କୋଚ୍ଚର, ତରୁଣ ଖାନ୍ନାଙ୍କ ବ୍ୟତୀତ ଫିଲ୍ମର ନିର୍ଦ୍ଦେଶକ ଏଡି ସିଂହ, ନିର୍ମାତା ଅର୍ପିତ ସିଂହ, ଆସୋସିଏଟେଡ ପ୍ରଡ୍ୟୁସର ଅରଶଦ ସିଦ୍ଦିକି ଉପସ୍ଥିତ ଥିଲେ । ଏଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଫିଲ୍ଟିକୁ ସିନେମା ହଲରେ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଅବନି ମୋଦି ପୂର୍ବରୁ ତାମିଲ ଫିଲ୍ମରେ ଅଭିନୟ କରିଥିବା ବେଳେ ‘ମୋଦି ଜି କି ବେଟି’ରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ଏଥିପାଇଁ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଫିଲ୍ମଟି ମନୋରଞ୍ଜନରେ ଭରପୁର ଓ ଏଥିରେ ଏକ ଭଲ ବାର୍ତ୍ତା ଯାଉଛି । ହେଲେ ରାଜନୀତି ସହ ଫିଲ୍ମର କୌଣସି ସମ୍ପର୍କ ନାହିଁ ।
ନିର୍ଦ୍ଦେଶକ ଏଡି ସିଂହ ବି କହିଛନ୍ତି, ଫିଲ୍ମଟିି ଖୁବ୍ ମନୋରଞ୍ଜନଧର୍ମୀ । କୋଭିଡ ମହାମାରୀ ପରେ ଲୋକେ ଚିନ୍ତାମୁକ୍ତ ହେବାକୁ ଏଭଳି ଫିଲ୍ମ ନିଶ୍ଚିତ ଭାବେ ଦେଖିବା ଦରକାର । ଏଡି ସିଂହଙ୍କର ଏହା ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ।

Share