ଇରାନ ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗାଳି ଦେଲେ ବାଇଡେନ

ନୂଆଦିଲ୍ଲୀ,୪ା୮: ଇରାନ ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କ ହତ୍ୟା ପରେ ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଛାଇ ରହିଛି। ହାନିଆଙ୍କ ମୃତ୍ୟୁ ପାଇଁ ଉଭୟ ହାମାସ ଏବଂ ଇରାନ ଇସ୍ରାଏଲକୁ ଦାୟୀ କରିଛନ୍ତି। ତେବେ ଏହି ଆକ୍ରମଣ ପଛରେ ହାତ ନ ଥିବା କହି ଇସ୍ରାଏଲ୍ ଏହାକୁ ଅସ୍ୱୀକାର କରିଛି। ଏହାରି ମଧ୍ୟରେ ଖବର ଆସିଛି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇ ହାନିଆଙ୍କ ମାମଲାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ମିଡ଼ିଆ ରିପୋର୍ଟ ମୁତାବକ କଥା ହେବା ସମୟରେ ବାଇଡେନ ଚିଡିଯାଇ ନେତାନ୍ୟାହୁଙ୍କୁ କହିଥିଲେ ”ଆପଣ ମୋ ସହିତ ବେକାର କଥା ବନ୍ଦ କରନ୍ତୁ”। ଜୋ ବାଇଡେନଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କୁ ସୂଚନା ଦେଇଛନ୍ତି କି ଇସ୍ରାଏଲ୍ ବନ୍ଧକ ବଦଳରେ ହାମାସ ସହିତ ଅସ୍ତ୍ରବିରତି ଚୁକ୍ତି ସମ୍ପର୍କରେ ଆଲୋଚନା ଜାରି ରଖିଛି ଏବଂ ଖୁବ୍ ଶୀଘ୍ର ଏକ ପ୍ରତିନିଧୀ ଦଳ ପଠାଇବ। ରିପୋର୍ଟ ଅନୁଯାୟୀ, ବାଇଡେନ ନେତାନ୍ୟାହୁଙ୍କ ସହ ବାର୍ତ୍ତାଳାପ ଶେଷ କରି କହିଛନ୍ତି ଯେ ”ସେ ରାଷ୍ଟ୍ରପତିଙ୍କୁ ହାଲୁକାରେ ନିଅନ୍ତୁ ନାହିଁ।”

ରିପୋର୍ଟ ଅନୁଯାୟୀ, ଇରାନ ସମର୍ଥନ କରୁଥିବା ସଂଗଠନ (ହିଜବୁଲ ଏବଂ ହୁତି) ସହିତ ଯୁଦ୍ଧର ଭୟ ମଧ୍ୟରେ ବାଇଡେନଙ୍କ ଏହି ମନ୍ତବ୍ୟ ଇସ୍ରାଏଲ-ଆମେରିକା ସହଯୋଗ ପ୍ରସଙ୍ଗରେ ଆସିଛି। ତେବେ ପଶ୍ଚିମ ଏସିଆରେ ଚାଲିଥିବା ବିବାଦରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ଅଛି, କାରଣ ଇରାନ ଏବଂ ତେହେରାନ ସମର୍ଥିତ ଗୋଷ୍ଠୀ ସେମାନଙ୍କର ବହୁ ନେତାଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛନ୍ତି। ରାଷ୍ଟ୍ରପତି ବାଇଡେନ ୧୩-୧୪ ଏପ୍ରିଲ ରାତିରେ ଇରାନର ଅଦୃଶ୍ୟ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ରୋକିବାରେ ସାହାଯ୍ୟ କରିବାକୁ ଆଞ୍ଚଳିକ ଶକ୍ତିଗୁଡ଼ିକୁ ଏକତ୍ର କରିଛି।

ଟାଇମ୍ସ ଅଫ୍ ଇସ୍ରାଏଲର ଏକ ରିପୋର୍ଟ ଅନୁଯାୟୀ, ନେତାନ୍ୟାହୁଙ୍କ ସହ ବାଇଡେନଙ୍କ ଫୋନ୍ ବାର୍ତ୍ତାଳାପ ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶନିବାର ଏକ ସରକାରୀ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି, ‘ପ୍ରଧାନମନ୍ତ୍ରୀ ଆମେରିକାର ରାଜନୀତିରେ ହସ୍ତକ୍ଷେପ କରନ୍ତି ନାହିଁ ଏବଂ ଯିଏ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତାଙ୍କ ସହ କାମ କରିବେ। ଏଥି ସହିତ ସେ ଆଶା କରିଛନ୍ତି ଯେ ଆମେରିକୀୟମାନେ ଇସ୍ରାଏଲର କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଯିବାକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତି ପରେ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ ଅନୁଭବ କରୁଛନ୍ତି ବୋଲି ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀ ଦି ଟେଲିଗ୍ରାଫକୁ କହିଥିଲେ।

ଏହି ଅଧିକାରୀ କହିଛନ୍ତି ଯେ ଆସନ୍ତା ନିର୍ବାଚନ ପାଇଁ ଦୋୖଡରେ ରହି ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି। ଟେଲିଗ୍ରାଫ୍ ତାଙ୍କ ରିପୋର୍ଟରେ ଉକ୍ତ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ଇରାନର ଆକ୍ରମଣରେ ବିଡେନ ନେତାନ୍ୟାହୁଙ୍କୁ କଡ଼ା ପ୍ରତିକ୍ରିୟା ପ୍ରକାଶ ନକରିବାକୁ କହିଥିଲେ। ଇରାନ ଏହା ଜାଣିଥିଲା, ସେଥିପାଇଁ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ପରିସ୍ଥିତିର ସୁଯୋଗ ନେଇଥିଲା।

ସେହିପରି ଇସ୍ରାଏଲ ଅଧକାରୀଙ୍କ ସୂତରୁ ଟେଲିଗ୍ରାଫ ରିପୋର୍ଟ କରିଛି ଯେ, ଆମେରିକାର ମୁଖ୍ୟ ଏଜେଣ୍ଡା ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରିବା। ଯାହା ଗତ ଦଶନ୍ଧି ଧରି ସେ ଏହା କରି ଆସିଛି। ନେତାନ୍ୟାହୁ ମଧ୍ୟ ଏହା ଜାଣିଛନ୍ତି ସେଥିପାଇଁ ସେ ଏତେ ସାହସ ଦେଖାଉଛନ୍ତି । ସେ ଜାଣିଛନ୍ତି ସେ ଇସ୍ରାଏଲର ଶତ୍ରୁ ମାନଙ୍କ ଉପରେ ଆକ୍ରମଣ କରିପାରିବେ କାରଣ ତାଙ୍କୁ ଆମେରିକାର ସମର୍ଥନ ରହିଛି। ଏହାବ୍ୟତୀତ ବାଇଡେନ ପୁନର୍ବାର ନିର୍ବାଚନ ନ ଲଢ଼ିବା ମଧ୍ୟ ମଧ୍ୟପ୍ରାଚ୍ୟରେ ସ୍ଥିତି ପରିବର୍ତନ କରିଛି। ତେଣୁ ଆମେରିକରେ ନିର୍ବାଚନ ଅଭିଯାନ ମଧ୍ୟରେ ରାନ ଏହାର ଏଜେଣ୍ଡା କାର୍ଯ୍ୟକାରୀ କରିବା ଦିଗରେ ଆଗେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋପ୍ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ,୨୧।୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ ୮୮ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ଭାଟିକାନ ସୋମବାର ଏକ...

US Trade Deals: ଆମେରିକା ସହ ଟ୍ରେଡ ଡିଲ ସାଇନ କରିଥିବା ଦେଶକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୧।୪: ଆମେରିକା ସହିତ ବାଣିଜ୍ୟ ଚୁକ୍ତି ବା Trade Deals ସ୍ବାକ୍ଷର କରୁଥିବା ଦେଶଗୁଡ଼ିକୁ ଚାଇନା ଚେତାବନୀ ଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ମଧ୍ୟ...

ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି JD Vance, ଦେଶି ଲୁକରେ ନଜର ଆସିଲେ ଜୁନିଅର Vance

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୪: ଆମେରିକାର ଉପରାଷ୍ଟ୍ରପତି JD Vance ତାଙ୍କର ପ୍ରଥମ ସରକାରୀ ଗସ୍ତରେ ସୋମବାର ଭାରତ ପହଞ୍ଚିଛନ୍ତି। ଏହି ଯାତ୍ରା ୨୧ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ...

Myanmar Earthquake: ମ୍ୟାନମାରେ ଆସିଥିବା ଭୂକମ୍ପକୁ ନେଇ ଆସିଲା ଚମକାଇବା ଭଳି ଖବର

ନାପିଦାଉ,୨୧।୪: ୨୮ ମାର୍ଚ୍ଚରେ ମ୍ୟାନମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଥିଲେ। ଏହା ଏକ ଅସାଧାରଣ...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

ଭାଷା ଭେଳିକି

ସାଧାରଣରେ କୁହାଯାଇଥାଏ ଆମେ ଭାରତୀୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ସମ୍ବିଧାନରେ ସବୁ ପ୍ରକାର ନିରପେକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ବାସ୍ତବରେ...

୭ ବର୍ଷରେ ଏପ୍ରିଲ ତାପମାତ୍ରା ୪ ଡିଗ୍ରୀ ବଢ଼ିଛି

ବୁଏନ୍ସ ଏୟାର୍ସ, ୨୧।୪: ୨୦୨୫ ଏପ୍ରିଲରେ ଭାରତ ଓ ପାକିସ୍ତାନରେ ଗ୍ରୀଷ୍ମପ୍ରବାହ ସୀମା ଟପିଛି। ଏକ ନୂଆ ଅନ୍ତର୍ଜାତୀୟ ବୈଜ୍ଞାନିକ ବିଶ୍ଳେଷଣ ଅନୁଯାୟୀ, ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ...

ନିଶିକାନ୍ତ, ଦୀନେଶଙ୍କୁ ବହିଷ୍କାର କର: କଂଗ୍ରେସ

ନୂଆଦିଲ୍ଲୀ,୨୧ା୪: ଲୋକ ସଭାରେ ଚତୁର୍ଥ ଥର ପାଇଁ ଭାଜପାରୁ ପ୍ରତିନିଧିତ୍ୱ କରୁଥିବା ନିଶିକାନ୍ତ ଦୁବେ ଶନିବାର ଏନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image