Advertisement
Categories: ଫୁରସତ

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା ଜିନ୍‌ ସେୱର୍ଲିଙ୍କୁ ବିବାହ କରିବାକୁ ଯାଉଛନ୍ତି। ହେରୋଲ୍ଡଙ୍କ ବୟସ ୧୦୦ ହୋଇଥିବା ବେଳେ ତାଙ୍କ ପ୍ରେମିକାଙ୍କ ବୟସ ୯୬ ରହିଛି। ୨୦୨୧ରୁ ଉଭୟ ପରସ୍ପରକୁ ଡେଟ୍‌ କରିଛନ୍ତି। ଉଭୟ ହେରୋଲ୍ଡ ଓ ସେୱର୍ଲିଙ୍କ ୱେଡିଂ ଭେନ୍ୟୁ ବି ବହୁତ ଖାସ୍‌ ରହିଛି। ଏମାନଙ୍କ ବିବାହ ସେହି ସମୁଦ୍ର କୂଳରେ ହେବ ଯେଉଁଠି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଲଢିବା ପାଇଁ ପହଞ୍ଚିଥିଲେ।

ସୂଚନା ଅନୁସାରେ ନିଜ ବିବାହକୁ ନେଇ ହେରୋଲ୍ଡ ବେଶ୍‌ ଉତ୍ସାହିତ ଅଛନ୍ତି। ସେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି। ବିଶ୍ୱଯୁଦ୍ଧ ୨ ସମୟରେ ଆମେରିକୀୟ ବାୟୁସେନାର ଅଂଶ ରହିଥିବା ହେରୋଲ୍ଡଙ୍କୁ ଆସନ୍ତା ମାସ ୬ରେ ଡି ଡେ’ ଲ୍ୟାଣ୍ଡିଂର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ମାନିତ କରାଯିବ। ୧୯୪୪ ମସିହାର ଏହି ଐତିହାସିକ ଦିନରେ ଆମେରିକା ମିତ୍ରଦେଶମାନଙ୍କ ସହ ସାମିଲ ହୋଇ ବିଶ୍ୱଯୁଦ୍ଧର ଚିତ୍ର ବଦଳାଇ ପାରିଥିଲା। ଏହି ଯୁଦ୍ଧରେ ହେରୋଲ୍ଡ ଅଳ୍ପ କେତେଜଣ ଭାଗ୍ୟଶାଳୀଙ୍କ ମଧ୍ୟରେ ରହିଥିଲେ ଯେଉଁମାନେ ଯୁଦ୍ଧ ସରିବା ପରେ ଜୀବିତ ଫେରିପାରିଥିଲେ। ସମ୍ମାନୀତ ହେବାର ୨ ଦିନ ପରେ ସେ ନିଜ ପ୍ରେମିକା ଜିନ୍‌ ସେୱର୍ଲିନଙ୍କ ସହ ଫ୍ରାନ୍ସର ଏକ ସମୁଦ୍ର କୂଳରେ ବିବାହ କରିବେ। ୧୯୪୪ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ସମୁଦ୍ରକୂଳରୁ ଆମେରିକାର ହଜାର ହଜାର ସୈନିକ ଯୁଦ୍ଧ ପାଇଁ ବାହାରିଥିଲେ। ଏହି ବିବାହ କାର୍ଯ୍ୟକ୍ରମ ସହରର ମେୟରଙ୍କ ଉପସ୍ଥିତିରେ ସମ୍ପନ୍ନ ହେବ।

ଏକ ସାକ୍ଷାତ୍‌କାର ଦେଇ ହେରୋଲ୍ଡ ସେ ଓ ସେୱର୍ଲି ଗତ ୩ ବର୍ଷ ଧରି ଯୁବପିଢିଙ୍କ ପରି ପରସ୍ପରକୁ ବାରମ୍ବାର ଭେଟିବାକୁ ପସନ୍ଦ କରୁଥିଲେ। ୧୦୦ ବର୍ଷୀୟ ହେରୋଲ୍ଡ ଜଣେ ମଜାଳିଆ ବ୍ୟକ୍ତିତ୍ୱ ହୋଇଥିବାବେଳେ ତାଙ୍କର ସ୍ମୃତି ଶକ୍ତି ଆଗରେ ବୟସ ହାର ମାନିଥିବା ପ୍ରେମିକା ସେୱର୍ଲି କହିଛନ୍ତି।

ଅନୁଯାୟୀ, ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେବା ପରେ ହେରୋଲ୍ଡ ଘରକୁ ଫେରି ସେଠାରେ ଥେଲ୍‌ମାଙ୍କୁ ବିବାହ କରିଥିଲେ। ହେରୋଲ୍ଡଙ୍କର ତିନୋଟି ସନ୍ତାନ ମଧ୍ୟ ରହିଛନ୍ତି। ସେ ଏକ ବ୍ରିଟିଶ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଅବସର ପରେ ସେ ପରିବାର ସହ ଫ୍ଲୋରିଡାରେ ବସବାସ କରୁଥିଲେ। ୨୦୧୮ରେ ସ୍ତ୍ରୀ ଥେଲ୍‌ମାଙ୍କ ମୃତ୍ୟୁ ହେରୋଲ୍ଡଙ୍କୁ ଏକୁଟିଆ କରିଦେଇଥିଲା। ଏହି ସମୟ ମଧ୍ୟରେ, ହେରୋଲ୍ଡ ଜଣେ ବନ୍ଧୁଙ୍କ ମାଧ୍ୟମରେ ସ୍ବେୱଲିଙ୍କୁ ଭେଟିଥିଲେ।

Share