ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ତେବେ ଆଗକୁ ଆହୁରି ସଂକ୍ରମଣ ବୃଦ୍ଧି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସବୁ ରାଜ୍ୟରେ ଓମିକ୍ରନ ଦେଖାଦେଲାଣି, ଆଗକୁ ସଂକ୍ରମଣ ଆହୁରି ବଢିବ। ମୁକାବିଲା ପାଇଁ ପ୍ରସ୍ତୁତି କରାଯାଉଛି, ଏବେ ସୁଦ୍ଧା ରାଜ୍ୟରେ ସିଭିୟରିଟି ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ ୧୦ରୁ ବୟସ୍କ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ଆରମ୍ଭ ହେବ। କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ । କିଛିଦିନ ତଳେ ଆଇସିଏମ୍ଆର ନୂଆ କିଟ୍ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ମଧ୍ୟ ଏହି କିଟ୍କୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।’