କପେ କଫି ଆଣେ ଫୂର୍ତ୍ତି

କପେ କଫି ପିଇବା ଦ୍ୱାରା ମନରେ ଫୂର୍ତ୍ତି ଆସିଥାଏ। ତେଣୁ ଲୋକେ କଫି ପିଇବାକୁ ପସନ୍ଦ କରିଥା’ନ୍ତି। କଫିର ଇତିହାସ ବହୁ ପୁରୁଣା। ପ୍ରଥମେ ୧୬୫୧ ମସିହାରେ ବ୍ରିଟେନ୍‌ରେ ପ୍ରଥମ କଫି ଦୋକାନ ଖୋଲିଥିଲା। ସେତେବେଳେ ପୁରୁଷମାନେ ଅଧିକ ସଂଖ୍ୟାରେ କଫି ପାନ କରୁଥିଲେ। ମାତ୍ର ସମୟକ୍ରମେ ଏହା ମହିଳାଙ୍କ ମଧ୍ୟରେ ବେଶ୍‌ ଆଦୃତି ଲାଭ କରିଥିଲା। ଏହା ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ଆର୍ଥିକ ବିକାଶ ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିଥାଏ। ଅନ୍ତର୍ଜାତୀୟ କଫି ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ପାଳିତ ହୋଇଥାଏ । ଏକ ସ୍ବାସ୍ଥ୍ୟକର ପାନୀୟଭାବେ କଫିର ବହୁଳ ପ୍ରଚାର ତଥା ପ୍ରସାର କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଏହାଛଡା କଫିର ସୁଲଭ ବ୍ୟବସାୟ ତଥା କଫି ଚାଷୀମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ କଫି ସଂସ୍ଥାନର ସମ୍ମତିକ୍ରମେ ପ୍ରଥମ ଥର ପାଇଁ ଏହା ୧ ଅକ୍ଟୋବର ୨୦୧୫ରେ ଇଟାଲୀର ମିଲନଠାରେ ପାଳିତ ହୋଇଥିଲା। ଏହି ଦିବସ ପାଲନ ଅବସରରେ ଅନେକ କଫି ବ୍ୟବସାୟୀ ରିହାତି ଦରରେ କଫି ବିକ୍ରି କରିବା ତଥା ନିଜ ସଂସ୍ଥାର ପୁରୁଣା ଗ୍ରାହକଙ୍କୁ ସ୍ବତନ୍ତ୍ର କୁପନ ଯୋଗାଇବା ଭଳି କିଛି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥାନ୍ତି।
ମାର୍ଚ୍ଚ ୨୦୧୪ରେ ଅନ୍ତର୍ଜାତୀୟ କଫି ସଂସ୍ଥାନ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏହି ନିଷ୍ପତ୍ତି ଅନୁସାରେ ଇଟାଲୀର ମିଲନଠାରେ ଏକ୍ସପୋ-୨୦୧୫ର ଏକ କାର୍ଯ୍ୟକ୍ରମ ଭାବେ ୧ ଅକ୍ଟୋବର ୨୦୧୫ରେ ପ୍ରଥମ ଅନ୍ତର୍ଜାତୀୟ କଫି ଦିବସ ପାଳିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଦେଶ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଏହା ପୂର୍ବରୁ ଇତିହାସରେ କଫି ଦିବସ ପାଳନ କରିବା ସମ୍ବନ୍ଧରେ କୌଣସି ଘଟଣା ନଜରକୁ ଆସି ନ ଥିଲା। ତେବେ ୧୯୮୩ ମସିହାରେ ଜାପାନୀ କଫି ସଂସ୍ଥା ଦ୍ୱାରା କଫିର ପ୍ରଚାର ତଥା ପ୍ରସାର ନିମିତ୍ତ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୨୦୦୫ରେ ଆମେରିକାରେ ଜାତୀୟ କଫି ଦିବସ ପାଳନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ କଫି ସଂସ୍ଥାନ ଦ୍ୱାରା ବିଭିନ୍ନ ଦେଶରେ ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ ସବୁ ଆୟୋଜନ ଦେବା ସହ ବିଶ୍ୱସ୍ତରରେ ଏହି ଦିବସ ପାଳନ ପାଇଁ ମାନ୍ୟତା ଲାଭ କରିଥିଲା। ଏହି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।
କଫି ଚାଷ ନିମିତ୍ତ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ଅନ୍ତରାଷ୍ଟ୍ରୀୟ ବଜାରରେ କଫିର ବିକ୍ରୀ ଆଶାନୁରୂପ ହୋଇ ନ ଥିବାରୁ ୨୦୧୯ ମସିହାରେ ଏହି ପରିପ୍ରେକ୍ଷୀରେ କଫି ଚାଷିମାନଙ୍କ ସର୍ବ ନିମ୍ନ ମଜୁରି ବୃଦ୍ଧି କରିବା ଦିଗରେ ସମସ୍ତ ସଦସ୍ୟ ରାଷ୍ଟ୍ର ଉଚିତ ପଦକ୍ଷେପ ନେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ...

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri