Posted inଫୁରସତ

ଭବିଷ୍ୟତ ଆମ୍ବୁଲାନ୍ସ

ସାକ୍ରାମେଣ୍ଟୋ: କେତେବେଳେ ଲୋକଙ୍କ ଦେହ ଅଚାନକ ଖରାପ ହୋଇଯିବ, ତାହା କହି ହେବନି। ଏଥିପାଇଁ ଲୋକେ ବହୁ ପ୍ରକାରର ଔଷଧ ସାଙ୍ଗରେ ରଖିଥାନ୍ତି। କିନ୍ତୁ ଦେହ ଖରାପ ହେଲେ ହସ୍ପିଟାଲରେ ପହଞ୍ଚିବା ସବୁ ସମୟରେ ସମ୍ଭବ ହୋଇ ନ ଥାଏ। ଏଥିଯୋଗୁ ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ଯଦି ଏପରି ଗୋଟିଏ ଉଡ଼ନ୍ତା ଆମ୍ବୁଲାନ୍ସ ଆସନ୍ତା ଆଉ ଲୋକଙ୍କୁ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚାନ୍ତା, ତେବେ ସେମାନଙ୍କ ଚିକିତ୍ସା ସହଜରେ ହୋଇପାରିବ। ଭବିଷ୍ୟତରେ ଏପରି ଏକ ଉଡ଼ନ୍ତା ଆମ୍ବୁଲାନ୍ସ ଆସିବାକୁ ଯାଉଛି, ଯାହାକୁ ଭବିଷ୍ୟତର ଆମ୍ବୁଲାନ୍ସ ବୋଲି କୁହାଯାଉଛି। ତାହାର ସ୍ପିଡ୍‌ ୨୮୮ ଏମ୍‌ପିଏଚ୍‌ ରହିବ। ଏଥିସହ ଏହା ୮ ମିନିଟ୍‌ରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବ। ତେବେ ଏପରି ଯୋଜନାର ଏକ ଭିଡିଓ ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଏହାକୁ ଆଣିବାକୁ ଚିନ୍ତା କରାଯାଉଛି। ଏହି ଭବିଷ୍ୟତ ଆମ୍ବୁଲାନ୍ସକୁ ବ୍ୟବହାର କରି ଉପାନ୍ତ ଅଞ୍ଚଳରୁ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଯାଇପାରିବ। ଏବେ ଏହାର ଏକ ମଡେଲ ପ୍ରସ୍ତୁତ କରାଯାଇଛି। ଏଥିରେ କ୍ରୁ ସଦସ୍ୟ ଭାବେ ୨ ଜଣ ଲୋକ ରହିବେ। ଏହି ପ୍ରୋଜେକ୍ଟକୁ କାଲିଫର୍ନିଆର ଜମ୍ପ ଏରୋ କମ୍ପାନୀ ଶେୟାର କରିଛି। ଆମେରିକାର ଏକ କମ୍ପାନୀ ଏହି ଯୋଜନା ଶୁଣିବା ପରେ ସେ ୩୦ କୋଟି ଟଙ୍କାର ଏକ ଚୁକ୍ତିରେ ଦସ୍ତଖତ କରିଛି। ଏଥିସହ ଜମ୍ପ ଏରୋକୁ ଡେନ୍‌ମାର୍କର ଏକ ଆମ୍ବୁଲାନ୍ସ ସର୍ଭିସ କମ୍ପାନୀ ପକ୍ଷରୁ ଅର୍ଡର ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri