ହଜାର ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ, ପାଠପଢା ବନ୍ଦ, ୪୧ କୂଟନୀତିଜ୍ଞଙ୍କ ପ୍ରତ୍ୟାବର୍ତ୍ତନର ପ୍ରଭାବ…

ନୂଆଦିଲ୍ଲୀ/ଅଟଓ୍ବା,୨୨।୧୦: କାନାଡା ଏବଂ ଭାରତ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇଛି। ପଞ୍ଜାବ ସମେତ ଭାରତରୁ କାନାଡା ଯାଉଥିବା ଛାତ୍ରୀଛାତ୍ରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ନିକଟରେ କାନାଡା ଏହାର ୪୧ କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରାଇ ନିଆଯାଇଛି। ଫଳରେ ହଜାର ହଜାର ଛାତ୍ରୀଛାତ୍ରଙ୍କ ଭିସା ଅଟକି ଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ପଞ୍ଜାବରୁ ସର୍ବାଧିକ ଯୁବକ କାନାଡା ଯାଇଥାନ୍ତି। ପରିସଂଖ୍ୟାନ ଅନୁସାରେ ପ୍ରତିବର୍ଷ ଭାରତରୁ ପ୍ରାୟ ୧.୭୫ ଲକ୍ଷ ଯୁବବର୍ଗ ଅଧ୍ୟୟନ ଏବଂ ପର୍ଯ୍ୟଟନ ଭିସା ପାଇଁ କାନାଡା ଯାଆନ୍ତି। କାନାଡା ଏହାର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ପରେ ବର୍ତ୍ତମାନ ଭିସା ସେବା କାନାଡାରେ ବନ୍ଦ ହୋଇଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେତେବେଳେ ଜୁନ ମାସରେ କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା ଏବଂ ଏହି ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସି ଉପରେ ଅଭିଯୋଗ ଅଣାଯାଇଥିଲା ସେତେବେଳେ କାନାଡା ଏବଂ ଭାରତ ମଧ୍ୟରେ ବିବାଦ ବୃଦ୍ଧି ପାଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ ଭାରତୀୟ ଗୁପ୍ତଚର ସଂସ୍ଥା କାନାଡାର ନାଗରିକ ନିଜ୍ଜାରଙ୍କୁ ହତ୍ୟା କରିଛି। ଏହା ମଧ୍ୟ କହିଥିଲେ ଆମେ ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରୁଛୁ।

ଅପରପକ୍ଷରେ କାନାଡା କରିଥିବା ସମସ୍ତ ଅଭିଯୋଗକୁ ଭାରତ ଖଣ୍ଡନ କରିଥିଲା। ଏହା ପରେ ମଧ୍ୟ ଉଭୟ ଦେଶ ପରସ୍ପର ଉପରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଅପଡେଟ ଅନୁସାରେ କାନାଡା ଭାରତରୁ ଏହାର କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। ଏହା ସହିତ ଭାରତରୁ ପାଠ ପଢୀବାକୁ କାନାଡ଼ା ଯାଉଥିବା ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।

ଭିସା ପରାମର୍ଶଦାତା ଦଲଜିତ ସିଂ ସାନ୍ଧୁ କହିଛନ୍ତି ବର୍ତ୍ତମାନ ଏବଂ ଆଗାମୀ ଦିନରେ ଭିସା ଆବେଦନ ପ୍ରକ୍ରିୟାକରଣରେ ନିଶ୍ଚିତ ବିଳମ୍ବ ହେବ। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିସା ପ୍ରକ୍ରିୟା କେତେ ସମୟ ନେଇପାରେ ତାହା କହିବା କଷ୍ଟକର।

ସୂଚନାଯୋଗ୍ୟ, ଭାରତର ପଞ୍ଜାବରୁ ସର୍ବାଧିକ ସଂଖ୍ୟକ ଯୁବବର୍ଗ କାନାଡା ଯାଆନ୍ତି। ଏଥିମଧ୍ୟରୁ ଅଧିକାଂଶ ଯୁବକ ଅଧ୍ୟୟନ ପାଇଁ ଯାଆନ୍ତି। କେତେକ ଲୋକ ଚାକିରି ପାଇଁ କାନାଡା ଯାଇଥାନ୍ତି। ଏଥିପାଇଁ ଯୁବବର୍ଗମାନେ କେବଳ ପଞ୍ଜାବରେ ପ୍ରତିବର୍ଷ ୬୮ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ୨୦୨୨ମସିହାରେ ସମୁଦାୟ ୨,୨୬,୪୫୦ ଭିସା ଶରଣାର୍ଥୀ ଏବଂ କାନାଡିୟ ନାଗରିକତ୍ୱ ଅନ୍ତର୍ଗତ ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ବିମାନ ଦୁର୍ଘଟଣା: ଏତିକି ଥିଲେ ଯାତ୍ରୀ, ଜଳିଗଲା…

ନୂଆଦିଲ୍ଲୀ,୧୬।୧୨: କେନ୍ଦ୍ରୀୟ ମେକ୍ସିକୋରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏକ ଛୋଟ ଘରୋଇ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିବାରୁ ଅତି କମରେ...

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର

ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ...

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

ହିଟଲରଙ୍କ ନରସଂହାରରୁ ବର୍ତ୍ତିଥିଲେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ମଲେ; ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ…

ନୂଆଦିଲ୍ଲୀ,୧୫।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବେଳାଭୂମିରେ ରବିବାର ହନୁକା ଉତ୍ସବ ପାଳନ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ନିଜ ସ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଆଡଲଫ୍...

ଭୁବନେଶ୍ୱରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର, ଭିଡିଓ ରେକର୍ଡ କରି…

ଭୁବନେଶ୍ୱର,୧୫ା୧୨: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୧୦ ତାରିଖରେ ଧଉଳି...

ଡାକ୍ତରଙ୍କ ମୁହଁରୁ ହିଜାବ ଟାଣିଦେଲେ ନୀତୀଶ କୁମାର, ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଲା ବିରୋଧୀ

ନୂଆଦିଲ୍ଲୀ,୧୫।୧୨: ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କିଛି ସପ୍ତାହ ପରେ, ନୀତୀଶ କୁମାର ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ମହିଳା...

ବିହାର ନିର୍ବାଚନ ପରେ ପୁଣି ଏକାଠି ହେଲେ ପ୍ରିୟଙ୍କା ଗାନ୍ଧୀ, ପ୍ରଶାନ୍ତ କିଶୋର! ହେଲା ଦୀର୍ଘ ସମୟ ଆଲୋଚନା

ନୂଆଦିଲ୍ଲୀ,୧୫।୧୨: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ନୂଆ ଦଳ ‘ଜନ ସୁରାଜ’ର ଶୋଚନୀୟ ପରାଜୟ ପରେ ଏବେ ଏକ...

ଦୋକାନ ଆଗରୁ ବାଇକ୍‌ ଚୋରିକରି ଛାଡ଼ିଥିଲେ ଗାଁ, ଫେରିବା ଜାଣି…

ଦିଗପହଣ୍ଡି,୧୫୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଏଏସଆଇ ସି. ତାରକେଶ୍ୱର ରାଓ ଲାଲମେଣ୍ଟା ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଭଗବାନ ପ୍ରଧାନଙ୍କୁ ବାଇକ ଚୋରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri