ଜି-୨୦: ଦିଲ୍ଲୀରେ ପହଞ୍ଚିଲେ ଏହି ସବୁ ଦେଶର ପ୍ରମୁଖ ଅତିଥି

ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ୩୦ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ବଡ ବଡ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ତାଙ୍କ ପତ୍ନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ଋଷିଆର ବୈଦେଶିକ ମନ୍ତ୍ରୀ ସେରଜେ ଲାଭରୋଭ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ, ଓମାନ ପ୍ରଧାନମନ୍ତ୍ରୀ ସୁଲତାନ ହେଇଥାମ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ ରାମାଫୋସା ଜି-୨୦ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।

Share