‘ଜି-୨୦ ଘୋଷଣାପତ୍ର ମୋଦିଙ୍କ ନିପୁଣତା’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୩ା୯: ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ୍‌ ଫ୍ରାନ୍ସିସ ଭାରତକୁ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଜାରି ହୋଇଥିବା ମିଳିତ ବିବୃତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳର କୂଟନୈତିକ ଦକ୍ଷତା ଏବଂ ଚତୁରତାର ପ୍ରମାଣ ବୋଲି ଡେନିସ୍‌ କହିଛନ୍ତି। ସେ କହିଛନ୍ତି, ସର୍ବପ୍ରଥମେ ଜି -୨୦ ଶିଖର ସମ୍ମିଳନୀର ଉତ୍କୃଷ୍ଟ ଫଳାଫଳ ପାଇଁ ମୁଁ ଭାରତ ସରକାର ଏବଂ ତାଙ୍କ ଟିମ୍‌କୁ ଅଭିନନ୍ଦନ ଜଣାଉଛି।  ଆଜି ଆମକୁ ଏକଜୁଟ ହେବା, ସହଯୋଗ କରିବା ଏବଂ ଆହ୍ବାନ ପ୍ରତି ସମାଧାନ-ଆଧାରିତ ଆଭିମୁଖ୍ୟ ରହିବା ଆବଶ୍ୟକ। ଏହି ସବୁ କଥା ଜି-୨୦ ଘୋଷଣାପତ୍ରରେ ରହିଛି।

Share