ୟୁକ୍ରେନ୍‌ର ଏକତା ପାଇଁ ଇଣ୍ଡୋନେସିଆର ଅପିଲ୍‌

ଜାକର୍ତ୍ତା,୯।୭: ୟୁକେନ୍‌, ରୁଷିଆ ଯୁଦ୍ଧ ପାଇଁ ବୈଷୟିକ ସମ୍ପର୍କ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଧନୀ ଏବଂ ବିକଶିତ ରାଷ୍ଟ୍ରଗୁଡ଼ିକର କୂଟନୀତିଜ୍ଞମାନଙ୍କ ମଧ୍ୟରେ ଏକ ପ୍ରକାର ସଂଘର୍ଷମୟ ବାତାବରଣ ସୃଷ୍ଟି ହୋଇଛି। ଇଣ୍ଡୋନେସିଆ ବାଲି ରିସୋର୍ଟରେ ଆୟୋଜିତ ଜି-୨୦ ସମ୍ମିଳନୀରେ ୨୦ଦେଶର ମନ୍ତ୍ରୀ ଭାଗ ନେଇଥିବା ବେଳେ ୟୁକ୍ରେନ୍‌ର ଏକତା ପାଇଁ ଇଣ୍ଡୋନେସିଆ ପକ୍ଷରୁ ଅପିଲ୍‌ କରାଯାଇଛି। ତେବେ ସଭାରେ ସାମିଲ ଦେଶ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ରୁଷିଆକୁ ଚାଇନା ସମେତ କିଛି ରାଷ୍ଟ୍ର ସମର୍ଥନ କରୁଥିବା ବେଳେ ଆମେରିକା ଓ ୟୁରୋପ ସହ କିଛି ଦେଶ ମିଶିଛନ୍ତି। ତେବେ ଏହାର ପ୍ରଭାବ ବୈଷୟିକ ସମ୍ବନ୍ଧ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଆସନ୍ତା ନଭେମ୍ବରରେ ଇଣ୍ଡୋନେସିଆ ପକ୍ଷରୁ ଜି-୨୦ ସମ୍ମିଳନୀର ଆୟୋଜନ କରାଯିବ।

Share